fbpx

ଦେଶର ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଲା: ଆଜି ୩୫୨୩ ମୃତ, ୪.୧ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୧ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩କୁ ବୃଦ୍ଧି ପାଇଛି । ଦିନକରେ ୪ ଲକ୍ଷ ୧ ହଜାର ୯୯୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୬୮ ହଜାର ୭୧୦ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୫୬ ଲକ୍ଷ ୮୪ ହଜାର ୬ରେ ପହଞ୍ଚିଛି । ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.