fbpx

ଓଜନ କମାଏ ଭୃସଙ୍ଗ ପତ୍ର, ଜାଣନ୍ତୁ କିପରି

ଓଡ଼ିଶା ଭାସ୍କର ବ୍ୟୁରୋ: ଭୃସଙ୍ଗ ପତ୍ର ନାଟି ତ ଆପଣ ଶୁଣିଥିବେ, ଯାହା ଭାରତୀୟମାନେ ଅଧିକାଂଶ ରୋଷେଇରେ ଏହାକୁ ବ୍ୟବହାର କରିଥାନ୍ତି । ଏହା କେବଳ ତରକାରୀର ସ୍ୱାଦକୁ ବଢାଇ ନଥାଏ ବରଂ ବିଭିନ୍ନ ରୋଗକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରର କେତେକ ଉପକାରିତା ବିଷୟରେ । ପ୍ରତିଦିନ ଭୁସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରରେ ସ୍ୱାଭାବିକ ଭାବରେ ହଜମ ପ୍ରକ୍ରିୟା ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ – ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ମେଟାବୋଲିଜିମ୍ କୁ ମଧ୍ୟ ମଜବୁତ କରିଥାଏ । କେଶ, ଚର୍ମ ଏବଂ ଦାନ୍ତ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ । ଏଥିରେ ଭିଟାମିନ ସି ଓ ଇ ଭର୍ପୁର ପରିମାଣରେ ରହିଥାଏ ।

ଓଜନ କମାଇବା ପାଇଁ ପିଅନ୍ତୁ ଭୃସଙ୍ଗ ପତ୍ର ଜୁସ୍

ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ଖାଲି ପେଟରେ ୮-୧୦ଟି ଭୃସଙ୍ଗ ପତ୍ରକୁ ଜୁସ୍ କରି ପିଇବା ଦ୍ୱାରା ଶରୀରର ପାଚନ କ୍ରିୟା ଭଲ ହେବା ସହିତ ପେଟର ଜୀବାଣୁ ମରିଯାଆନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭୃସଙ୍ଗ ପତ୍ର ଜୁସ୍କୁ ପିଇଲେ ଶରୀର ଓଜନ ମଧ୍ୟ ହ୍ରାସ ହୋଇଥାଏ । ଏହି ପତ୍ରରେ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଓଜନ କମାଇବାର ଏହା ହେଉଛି ଆପଣଙ୍କ ପାଇଁ ଅତ୍ୟନ୍ତ ସହଜ ଉପାୟ ।

ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ଓ ମଧୁମେହ ରୋଗୀଙ୍କ ପାଇଁ ଭୃସଙ୍ଗ ପାଉଡରର ଉପକାରୀତା ଓ ଏହାର ପ୍ରସ୍ତୁତି ପ୍ରଣାଳୀ –
୨ଟି ପାତ୍ରରେ ଭୃସଙ୍ଗ ପତ୍ର ନିଅନ୍ତୁ । ତାପରେ ଏହାକୁ ଖରାରେ ଶୁଖାଇ ଭଲ ଭାବରେ ଗ୍ରାଇଡ୍ରିଙ୍ଗ୍ କରିଦିଅନ୍ତୁ । ଏହା ପରେ ପ୍ରତିଦିନ ସକାଳେ ଏହାକୁ ବ୍ୟବହାର କରନ୍ତୁ । ଏହି ପାଉଡରକୁ ବ୍ୟବହାର କରିବା ଦ୍ୱାରା ଗର୍ଭାବସ୍ଥା ଲାଭଦାୟକ ହେବ ସହ ମଧୁମେହକୁ ମଧ୍ୟ ହ୍ରାସ କରିଥାଏ ।

 

Get real time updates directly on you device, subscribe now.