ଭିନ୍ନ ଏକ ଚା’ ଦୋକାନ: ଯେଉଁଠି ଦୋକାନୀ ଦିଅନ୍ତିନିି , ଗ୍ରାହକ ନିଜେ କରି ପିଅନ୍ତି, ଜାଣନ୍ତୁ କେଉଁଠି ମିଳୁଛି ଏପରି ସୁବିଧା…

ଦେଶରେ ବହୁ ଚା’ ପ୍ରେମୀ ଅଛନ୍ତି । ପ୍ରାୟତଃ କୁହାଯାଏ ଯେ, ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, କିନ୍ତୁ ଚା’ ପ୍ରେମୀଙ୍କ ପାଇଁ ଚା’ଅମୃତ ଏବଂ ଜୀବନରେ ଶାନ୍ତିଠାରୁ କମ୍ ନୁହେଁ। ଚା’ର ଅନେକ କୁପ୍ରଭାବ ଜାଣି ମଧ୍ୟ ଲୋକେ  ଏହାକୁ ଭୁଲନ୍ତି ନାହିଁ । ଯଦି ଆପଣ ଚା’କୁ ଭଲ ପାଆନ୍ତି, ତେବେ ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲୁଥିବା ପଶ୍ଚିମବଙ୍ଗର ଏହି ଚା’ ଅନନ୍ୟ ଚା’ ଦୋକାନ ଆଡ଼େ ଟିକେ ବୁଲି ଆସିବେ । ଏହା ପରେ ଜାଣି ପାରିବେ ଏହି ଦୋକାନର ମହତ୍ତ୍ୱ ବିଷୟରେ…

ଏହି ଚା ଷ୍ଟଲରେ କେବଳ ଗୋଟିଏ ନୁହେଁ ଅନେକ ବିଶେଷ ଜିନିଷ ଅଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏହି ଚା-ଷ୍ଟଲ୍ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ବ୍ରୁକ୍ ବଣ୍ଡ୍ କମ୍ପାନୀରେ କାମ କରୁଥିବା ନରେଶ ଚନ୍ଦ୍ର ଶୋମେଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଗତ ୧୦୦ ବର୍ଷ ଧରି କୌଣସି ଦୋକାନୀ ଏହି ଚା-ଷ୍ଟଲରେ ବସି ନାହାନ୍ତି ତଥାପି ଏହି ଚା-ଷ୍ଟଲ୍ ଛିଡା ହୋଇଛି, କିପରି ଜାଣନ୍ତି?

୧୦୦ ବର୍ଷ ପୁରୁଣା ଚା ଷ୍ଟଲ୍
ବାସ୍ତବରେ ଜଣେ ଭ୍ରମଣକାରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ପଶ୍ଚିମବଙ୍ଗର ଶ୍ରୀରାମପୁରରେ ଥିବା ୧୦୦ ବର୍ଷ ପୁରୁଣା ଚା ଷ୍ଟଲରେ ଚା ପିଉଥିବାର ନଜର ଆସିଛନ୍ତି। ଏହି ଚା ଷ୍ଟଲ୍ ଚାଟ୍ରା କାଳୀ ବାବୁ ଶବଦାହ ସ୍ଥଳ ସାମ୍ନାରେ ଅଛି । ଆରାଧନା କହୁଛନ୍ତି ଯେ, ଏହି ଚା ଷ୍ଟଲ୍ ୧୦୦ ବର୍ଷରୁ ଅଧିକ ପୁରୁଣା । ସକାଳେ ଦୋକାନୀ ଆସି ଚା ’ଷ୍ଟଲ୍ ଖୋଲି ଚାଲିଯାଆନ୍ତି। ଏହା ପରେ ଗ୍ରାହକମାନେ ଆସନ୍ତି, ଚା ’ତିଆରି କରି ଷ୍ଟଲ ବାହାରେ ବସି ପିଅନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସମସ୍ତ ଗ୍ରାହକ ନିଜ ଚା’ ଟଙ୍କା ୱାଲେଟ୍ ବା ଫୋନ୍ ପେ’ରେ ଚାଡ଼ି ଯାଆନ୍ତି ।  ଏହା ସଚ୍ଚୋଟତାର ଏକ ଉତ୍ତମ ଉଦାହରଣ ସୃଷ୍ଟି କରେ। ବର୍ତ୍ତମାନ ଆସନ୍ତୁ ଜାଣିବା ଲୋକମାନେ ଏହା ଉପରେ କ’ଣ ମନ୍ତବ୍ୟ ଦେଉଛନ୍ତି ।

ଅଧିକାଂଶ ଲୋକ ଏହି ଚା ଷ୍ଟଲ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ କମେଣ୍ଟ ବକ୍ସରେ ଆଶ୍ଚର୍ଯ୍ୟଜନକ କମେଣ୍ଟ ସବୁ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ମୁଁ ନିଶ୍ଚିତ ଭାବରେ ଏହି ଚା ଷ୍ଟଲ୍ ବୁଲି ବୁଲି ଯିବି । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏହି ଚା ଷ୍ଟଲ୍ ହେଉଛି ସଚ୍ଚୋଟତାର ସବୁଠାରୁ ବଡ ଉଦାହରଣ।  ତୃତୀୟ ୟୁଜର ଲେଖିଛନ୍ତି, ‘ଏହା ପ୍ରକୃତରେ ଚମତ୍କାରଠାରୁ କମ୍ ନୁହେଁ’ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ଲୋକଙ୍କ ବିଶ୍ୱାସ ଏବଂ ସଚ୍ଚୋଟତାର ଏକ ଚମତ୍କାର ଉଦାହରଣ’ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଅନ୍ୟ ଜଣେ ଲେଖିଛନ୍ତି, ‘ଦେଖାଯାଉଛି ମୋତେ ବର୍ତ୍ତମାନ ଏଠାକୁ ଯିବାକୁ ପଡ଼ିବ’। ଏହି ଚା ଷ୍ଟଲ ବିଷୟରେ ଜାଣିବା ପରେ ଲୋକମାନେ ବହୁତ ଉତ୍ସାହିତ ହେଉଛନ୍ତି।

 

ପ୍ରାୟତଃ ୧୦୦