fbpx
BSKY SKY
BSKY SKY

ଘର ମୂଲ୍ୟ ଉପରେ ଗ୍ରାହକଙ୍କୁ ଦେବାକୁ ପଡିବନି ଟାକ୍ସ: ସଂଶୋଧନ ହେଲା ଓରେରା ନିୟମ

BSKY

ଭୁବନେଶ୍ୱର: ଓଡିଶା ରିଏଲ ଇଷ୍ଟେଟ ନିୟମ-୨୦୧୭ରେ ହୋଇଛି ବଡ ପରିବର୍ତ୍ତନ । ଏଣିକି ଗ୍ରାହକଙ୍କୁ ଦେବାକୁ ପଡିବନି ଜିଏସଟି, ସେସ୍ କିମ୍ବା ଅନ୍ୟାନ୍ୟ ଟାକ୍ସ । ସରଳ ନିରୀହ ଗ୍ରାହକମାନଙ୍କୁ ଠକି ପାରିବେନି ରିଅଲ ଇଷ୍ଟେଟ ସଂସ୍ଥା କି ଚାର୍ଜ କରି ପାରିବେନି ଅଧିକ ଟଙ୍କା । ଏ ନେଇ ଓଡିଶା ରିଏଲ ଇଷ୍ଟେଟ ସଂଶୋଧିତ ନିୟମ-୨୦୨୨ରେ ସୂଚନା ଦିଆଯାଇଛି ।

ରିଏଲ ଇଷ୍ଟେ ସଂସ୍ଥାଗୁଡିକରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ସରକାର ନେଇଛନ୍ତି ନୂଆ ପଦକ୍ଷେପ । ସଂଶୋଧିତ ନୂଆ ନିୟମ ଅନୁଯାୟୀ, ଏଣିକି ସଂସ୍ଥା ଗ୍ରାହକଙ୍କ ଉପରେ ଜିଏସଟି, ସେସ୍ କିମ୍ବା କୌଣସି ବି ଟିକସ ଚାର୍ଜ କରି ପାରିବେ ନାହିଁ । ଯଦି ଭବିଷ୍ୟତରେ କିଛି ଟିକସ ବ୍ୟବସ୍ଥା ବଦଳେ ତେବେ ଅତିରିକ୍ତ ଟିକସ କ୍ରେତା ଦେବେ । ରିଅଲ ଇଷ୍ଟେଟ୍ ସଂସ୍ଥା ଘରର ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ୟ୍ୟ କରିବେ । ସେହିପରି ଧାର୍ୟ୍ୟ ସମୟ ଠାରୁ ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ କ୍ରେତା ଘର ପାଇଁ ଅଧିକ ଅର୍ଥ ଦେବେନି । ରିଅଲ ଇଷ୍ଟେଟ୍ ସଂସ୍ଥା ଏନେଇ ମଧ୍ୟ ବାଧ୍ୟ କରିପାରିବେନି । ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳଗୁଡ଼ିକୁ ପୃଥକ ପୃଥକ କରି ବିକ୍ରି କରାଯାଇପାରିବନି । ଏହାଦ୍ବାରା ବିଲଡର୍ମାନେ ପାର୍କିଂ ଅଞ୍ଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇପାରିବେନି । ଏପରିକି ସମସ୍ତେ ସବୁ ଅଞ୍ଚଳକୁ ବ୍ୟବହାର କରିପାରିବେ । ପାର୍କିଂ ଅଞ୍ଚଳରେ କୌଣସି କଟକଣା ରହିବନି । ସର୍ବସାଧାରଣ ସ୍ଥାନରେ ଅଗ୍ନିନିର୍ବାପକ ସରଞ୍ଜାମ ଲାଗିଥିଲେ ଏହା ବାବଦକୁ ବିକ୍ରେତା ଅତିରିକ୍ତ ଅର୍ଥ ନେଇପାରିବେନି । ତାହା ଘର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ ।

ଅକୁପାନ୍ସି ସାର୍ଟିଫିକେଟ୍ ପାଇବା ପରେ ବିକ୍ରେତା ସଂସ୍ଥା ସର୍ବସାଧାରଣ ସ୍ଥାନକୁ ଘର କ୍ରେତାଙ୍କ ଦ୍ବାରା ଗଠନ ହୋଇଥିବା ସଂଘକୁ ହସ୍ତାନ୍ତର କରିବ । ଘର/ଜମି କିଣିବା ପାଇଁ ଯିଏ ବୁକିଂ କରିଥିବେ ସିଏ ଘର କାମ ବୁଲିକି ଦେଖିପାରିବେ । ଉକ୍ତ ପ୍ରକଳ୍ପକୁ ଅକୁପାନ୍ସି ସାର୍ଟିଫିକେଟ୍ ମିଳିବାର ୨ମାସ ଭିତରେ ରିଅଲଇେଷ୍ଟଟ୍ ସଂସ୍ଥା ଡିଡ୍ କରିବାକୁ ବାଧ୍ୟ । ଯଦି କ୍ରେତାଙ୍କର କିଛି ଅସୁବିଧା ଥିବ ତେବେ ଏହା ଆଉ ମାସେ ଘୁଞ୍ଚିପାରିବ । ଘରେ ରହିବା ପରେ କ୍ରେତା ରକ୍ଷଣାବେକ୍ଷଣ ବାବଦକୁ ଫି’ ଦେବେ । ଏହିଭଳି ଗ୍ରାହକଙ୍କୁ ସୁହାଇଲା ଭଳି ଓରେରା ନିୟମରେ କିଛି ସଂଶୋଧନ କରାଯାଇଛି ।

Get real time updates directly on you device, subscribe now.