fbpx

ଆକାଶରେ ଦିଶିଲା ରହସ୍ୟମୟ ଆଲୋକ: ଭୟରେ ଲୋକେ କହିଲେ ଏଲିୟନ

ଲକ୍ଷ୍ନୌ:  ମଙ୍ଗଳବାର ଉତ୍ତରପ୍ରଦେଶ ଲକ୍ଷ୍ନୌଠାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା । ଯେଉଁଠାରେ ଆକାଶରେ ଏକ ରହସ୍ୟମୟ ଆଲୋକଙ୍କୁ ଦେଖି ଭୟଭୀତ ହୋଇଯାଇଥିଲେ । ଏହି ରହସ୍ୟମୟ ଆଲୋକ ଆକାଶରେ ଟ୍ରେନ୍ ଭଳି ଧୀରେ ଧୀରେ ଆଗକୁ ବଢ଼ୁଥିଲା ।

କିନ୍ତୁ ଏକ ରିପୋର୍ଟ ଅନୂଯାୟୀ, ଏହି ଲାଇଟ ଟ୍ରେନ୍ ଷ୍ଟାରଲିଙ୍କ୍-୫୧ ସାଟେଲାଇଟ୍ ବୋଲି କୁହାଯାଉଛି । ଅନେକ ଟ୍ୱିଟର ୟୁଜର୍ସ ମଧ୍ୟ ଏହି ଅଦ୍ଭୁତ ଆଲୋକକୁ ସ୍ପେଶଏକ୍ସ ଷ୍ଟାରଲିଙ୍କ୍ ଲାଇଟ୍ ଟ୍ରେନ୍ ବୋଲି କହିଛନ୍ତି ।

ତେବେ ସ୍ଥାନୀୟ ଲୋକେ ଏହି ଲାଇଟକୁ ଦେଖି ଭୟଭୀତ ହୋଇପଡ଼ିଥିଲେ । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ଏହାକୁ ୟୁଏଫଓ ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.