ହାଇଡ୍ରାମା ରାଜନୀତି; ପୁଣି ସୋଫିଆ-ସୁବାସ ମୁହାଁମୁହିଁ, ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ
ସୋଫିଆ-ସୁବାସ ମୁହାଁମୁହିଁ । ସିଏମସି ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
କଟକ: ସୋଫିଆ-ସୁବାସ ମୁହାଁମୁହିଁ । ସିଏମସି ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାନ୍ତି କହିଲେ ସୋଫିଆ ।
ସୋଫିଆ କହିଛନ୍ତି, “ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି । ସମୀକ୍ଷା କରି ପାରୁନାହାଁନ୍ତି । ବିଧାୟିକା ହିସାବରେ ମୁଁ ସମୀକ୍ଷା କରିପାରିବି ଓ ସେଥିପାଇଁ କରୁଛି” ।
ସେପଟେ କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋସଙ୍କ ବୈଠକକୁ ନେଇ ଖପ୍ପା ହେଲେ ସିଏମସି ମେୟର ସୁବାସ ସିଂ । ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ MLA କହି ତାତ୍ସଲ୍ୟ କଲେ ମେୟର ସୁବାସ ସିଂ । ଏଥିସହ ପ୍ରଶ୍ନ କରିଛନ୍ତି “ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ । ସେ ପ୍ରସ୍ତାବ ଦେଇପାରିବେ । କଟକକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି ଓ ପୋଖରୀ ପୋତି ବ୍ୟବସ୍ୟାୟ କରିଛନ୍ତି । ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ” ବୋଲି କହିଛନ୍ତି ସୁବାସ ସିଂ ।
ଏମିତିକି ଉଭୟ ଉଭୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ ମଧ୍ୟ ପଛେଇ ନାହାଁନ୍ତି । ସିଏମସିରେ ବିଧାୟିକାଙ୍କର ଆଜି ଥିଲା ସମୀକ୍ଷା ବୈଠକ ହେଲେ ମେୟରଙ୍କୁ ବୈଠକକୁ ନଡାକି କମିଶନର ଏବଂ ଅଧିକାରୀଙ୍କ ସହ ବୈଠକ କରିଥିଲେ ଶୋଫିଆ ।