fbpx

ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା; ଲୋକଙ୍କ ଆଗ୍ରହକୁ ଦେଖି ନିଷ୍ପତ୍ତି

କଟକ:କଟକର ଐତିହାସିକ ବାଲି ଯାତ୍ରା ଆସନ୍ତାକଲି ସରିବାକୁ ଥିବାବେଳେ ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ଦିନ ସରିବାକୁ ଥିବା ଐତିହାସିକ ବାଲିଯାତ୍ରା ଗୁରୁବାର ଦିନ ସରିବ । ତେବେ ବାଲିଯାତ୍ରାକୁ ନେଇ ଲୋକମାନଙ୍କ ମାଧ୍ୟରେ ଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହାକୁ ୨ ଦିନ ପାଇଁ ବଢାଇବାକୁ ସରକାରଙ୍କୁ ପ୍ରସ୍ତବ ଦିଆଯାଇଥିବା ବେଳେ ଏହାକୁ ଗୋଟିଏ ଦିନ ବଢାଇବା ପାଇଁ ମଞ୍ଚୁରୀ ମିଳିଛି ।

ତେବେ ଗତ ୮ ତାରିଖରେ କଟକର ମହାନଦୀ ଫଠାରେ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ଯାହାକି ଆସନ୍ତା କାଲି ଶେଷ ହୋଇଥାନ୍ତା । କିନ୍ତୁ ଦୀର୍ଘ ଦୁଇବର୍ଷ ପରେ ଏହି ମେଳା ଅନୁଷ୍ଠିତ ହୋଇଥିବାରୁ ଚଳିତ ବର୍ଷ ଅନେକ ଲୋକଙ୍କ ଭିଡ ଜମୁଥିବା ଜଣାପଡିଛି । ଫଳରେ ଏହାକୁ ଦୃଷ୍ଟିରେ ରଖି ଗତକାଲି କଟକ ବାଲିଯାତ୍ରା ପଡିଆରେ ସିଏମସି ପକ୍ଷରୁ ହୋଇଉଥିବା ଏକ ବୈଠକରେ ଏହି ମେଳାକୁ ୨ ଦିନ ବଢାଇବା ପାଇଁ ଆଲୋଚନା ହୋଇଥିଲା । ଏହାପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ସରକାରଙ୍କୁ ଚିଠି ଲେଖାଯାଇଥିଲା । ଯେଉଁଥିରେ ମୋହର ମାରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ଐତିହାସିକ ବାଲିଯାତ୍ରାକୁ ୨ଦିନ ପରିବର୍ତ୍ତେ ଗୋଟିଏ ଦିନ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.