fbpx

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’: ସନ୍ଧ୍ୟା ସୁଦ୍ଧା ଭୀଷଣ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ରହିଛି ବାତ୍ୟା ‘ଅସାନି’ । ବାତ୍ୟା ‘ଅସାନି’ର ରୂପ ନେଇଛି ସକ୍ରିୟ ଗଭୀର ଅବପାତ । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଏହା ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ସନ୍ଧ୍ୟା ସୁଦ୍ଧା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା ‘ଅସାନି’ ।

ତେବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୧୩କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ କରୁଛି ଗତି । ୧୦ରୁ ୧୨ ମଧ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବା ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ‘୧୦ ତାରିଖ ପର୍ଯ୍ୟନ୍ତ ଏହା ପୂର୍ବ ଦିଗକୁ ଗତି କରିବ । ୧୦ ତାରିଖ ମଧ୍ୟାହ୍ନ ବେଳକୁ ଉତ୍ତର, ଉତ୍ତର-ପୂର୍ବକୁ ରିକର୍ଭ କରିବ । ବର୍ତ୍ତମାନର ଆକଳନ ଅନୁସାରେ, ଏହା ଓଡ଼ିଶା ଉପକୂଳ ଛୁଇଁବନି । ଏହା ପ୍ରଭାବରେ ବର୍ଷା ହେବ, ପବନ କମ୍ ହେବ ।’

୧୦ରେ ଗଞ୍ଜାମ, ଗଜପତି ଓ ପୁରୀରେ ବର୍ଷା ହେବାର ଆଶଙ୍କା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବର୍ଷା ପ୍ରଭାବରେ ଚାଷ ପ୍ରଭାବିତ ହୋଇପାରେ । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀଙ୍କୁ ଅପିଲ କରାଯାଉଛି । ଓଡ଼ିଶା ଉପକୂଳରେ ୮ରୁ କୌଣସି ମତ୍ସଜୀବୀ ସମୁଦ୍ରକୁ ଯିବେନି । ଦରକାର ପଡ଼ିଲେ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ଲୋକଙ୍କୁ ସ୍ଥାନାନ୍ତର ନେଇ ଆବଶ୍ୟକ ଅନୁସାରେ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.