fbpx

‘ବିପର୍ଯ୍ୟୟ’କୁ ଦୃଷ୍ଟିରେ ରଖି ବନ୍ୟ ଜନ୍ତୁଙ୍କ ସୁରକ୍ଷା ଲାଗି ନିଆଯାଉଛି ପଦକ୍ଷେପ, ଗିର ଜଙ୍ଗଲରୁ ସ୍ଥାନାନ୍ତର ହେଲେ ୧୦୦ ସିଂହ

ନୂଆଦିଲ୍ଲୀ:ଗୁଜୁରାଟରେ ଭୟଙ୍କର ଝଡ ତୋଫାନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗିର ଜଙ୍ଗଲରେ ରହୁଥିବା ସିଂହଙ୍କ ଗତିବିଧି ଉପରେ ଟ୍ରାକର୍ସ ଜରିଆରେ ନଜର ରଖାଯାଉଛି । ସମୁଦ୍ର ତଟ ନିକଟବର୍ତ୍ତୀ ଗିର୍ ଜଙ୍ଗଲରେ ଏମାନଙ୍କ ସ୍ଥାୟୀ ନିବାସ । ତେବେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଏବେ ଏହି ଜଙ୍ଗଲର ୧୦୦ ସିଂହଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

ବିପର୍ଯ୍ୟୟ ଏବେ ଦ୍ରୁତ ଗତିରେ ଭାରତର ତଟବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳରେ ଏହି ଭୟଙ୍କର ଘୂର୍ଣ୍ଣିଝଡର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଗଲାଣି । ସମୁଦ୍ରରେ ଏବେ ବଡ ବଡ ଲହରୀ ଉଠିବାରେ ଲାଗିଲାଣି । ବିପଦକୁ ଦୃଷ୍ଟିରେ ରଖି ଏବେ ୩ ରାଜ୍ୟ ସରକାର ଆଲର୍ଟ ମୋଡ୍ ରେ । ଏପରି ସ୍ଥିତିରେ ଏସୀୟ ସିଂହଙ୍କ ଲାଗି ପ୍ରସିଦ୍ଧ ଗିର୍ ଜଙ୍ଗଲ ଉପରେ ଏହି ଘୂର୍ଣ୍ଣିଝଡର ପ୍ରଭାବ ପଡିବା ଦେଖାଯାଇଛି । ସମୁଦ୍ର କୂଳ ନିକଟରେ ଥିବା ଏହି ଗିର୍ ଜଙ୍ଗଲରେ ୧୦୦ ଟି ସିଂହ ବାସ କରନ୍ତି । ଏହି ସିଂହଙ୍କୁ ଏବେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

୩୦୦ ଟ୍ରାକର୍ସ ଜରିଆରେ ସିଂହଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଏହି ଟ୍ରାକର୍ସ ଜରିଆରେ ସିଂହ ମାନଙ୍କ ଉପରେ ଆସିବାକୁ ଥିବା ସମ୍ଭାବ୍ୟ ବିପଦକୁ ବହୁ ପୂର୍ବରୁ ଅନୁମାନ ଲଗାଯାଇ ପାରିବ । ଏହାଦ୍ୱାରା ସମୟ ପୂର୍ବରୁ ସିଂହଙ୍କ ଜୀବନ ରକ୍ଷା କରାଯାଇ ପାରିବ । ବିପର୍ଯ୍ୟୟରେ ଯେପରି କୌଣସି ଜୀବଜନ୍ତୁଙ୍କର କୌଣସି କ୍ଷତି ହେବ ନାହିଁ ସେଥିପାଇଁ ବନ୍ୟ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୧୨ରୁ ୧୬ ଜୁନ୍ ପର୍ଯ୍ୟନ୍ତ ଗିର ଜଙ୍ଗଲ ସଫାରୀ ଓ ଦେବଲିୟା ପାର୍କ କୁ ବନ୍ଦ କରି ଦିଆଯାଇଛି । ଏହି ଗିର୍ ସଫାରୀ ୧୬ ଅକ୍ଟୋବରରେ ଖୋଲିବ ।

Get real time updates directly on you device, subscribe now.