fbpx

ନାଚି କମ୍ପାଇ ଦେଲେ ଦାଦି: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

Advertisement

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭିଡିଓ ଭାଇରାଲ ହୋଇଥାଏ ସେ କାହାର କୌଣସି ଅଜବ କାରନାମା ହେଉ କି କାହାର ପ୍ରସିଦ୍ଧ ଡାନ୍ସ କିମ୍ବା ଗୀତ । ଭାଇରାଲ ହେଉଥିବା ଏହି ସବୁ ଗୀତ, ଭିଡିଓ ଖୁବ୍ ଚର୍ଚ୍ଚା ମଧ୍ୟ ହୁଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ବୃଦ୍ଧା ମହିଳା ଥାଲାପାଥୀ ବିଜୟଙ୍କ ଗୀତ ‘ହାଲାମିଥୀ ହାବିବୋ’ ରେ ବଢ଼ିଆ ଡାନ୍ସ କରୁଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

‘ହାଲମିଥୀ ହାବିବୋ’ର ଲୋକପ୍ରିୟତା ଖୁବ୍ ଅଧିକ । ଆଉ ବର୍ତ୍ତମାନ ଏହି  ଗୀତ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଖୁବ ଚର୍ଚ୍ଚା ହେବାକୁ ଲାଗିଛି । ଏହାରି ମଧ୍ୟରେ ଜଣେ ଦାଦି ଏହି ଗୀତଟିରେ ଖୁବ ହୃଦୟସ୍ପର୍ଶୀ ଡ୍ୟାନ କରିଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଦେଖି ଅନେକ ଆର୍ଶ୍ଚ୍ୟ ହେବା ସହ ତାଙ୍କର ତାରିଫ କରିଛନ୍ତି । ଦେଖନ୍ତୁ ଏହି ବୟସରେ ଦାବି କିଭଳି ଅତି ଚମକ୍ରାର ଡ୍ୟାନ୍ସ କରିାରୁଛନ୍ତି । ଦାଦିଙ୍କ ଏଭଳି ନୃତ୍ୟ ଷ୍ଟେପ ଆଗରେ ବଡ ବଡ ଷ୍ଟାରଙ୍କ ନୃତ୍ୟ ବି ଫିକା ଡିଯିବ । ଯଦି ଆପଣ ଇନଷ୍ଟାଗ୍ରାମରେ ଅଛନ୍ତି, ତେବେ ନିଶ୍ଚୟ ଦାଦିଙ୍କ ଏହି ଡ୍ୟାନ୍ସ ଭିଡିଓଟିକୁ ଦେଖନ୍ତୁ । ଦେଖନ୍ତୁ ଦାଦିଙ୍କ ଏହି ଡ୍ୟାନ୍ସ ଭିଡିଓ…

ଏହି ଦାଦି ହେଲେ ୬୩ ବର୍ଷୀୟା ରବି ବାଲା ଶର୍ମା । ଡାନ୍ସ ଦାଦି ଭାବେ ସେ ବେଶ ଜଣାଶୁଣା । ତେବେ ସେ ପୂର୍ବରୁ ବଲିଉଡର ଲୋକପ୍ରିୟ ଗୀତରେ ନିଜର ଚମକ୍ରାର ଡ୍ୟାନ୍ସ କରି ଇଣ୍ଟରନେଟରେ ରାଜ କରିଛନ୍ତି । କୌଣସି କାର୍ଯ୍ୟ କରିବାରେ ବୟସର କୌଣସି ମାନେ ନଥାଏ, ବୟସ ହେଉଛି କେବଳ ସଂଖ୍ୟା ଏକଥାକୁ ସେ ପ୍ରମାଣ କରିଦେଇଛନ୍ତି ।

 

Get real time updates directly on you device, subscribe now.