fbpx

ଦହିହାଣ୍ଡି ମୁକାବିଲାରେ ଜିିତିଲେ ହେବେ ମାଲାମାଲ, ଜାଣନ୍ତୁ ବିଜେତାଙ୍କୁ ମିଳିବ କେତେ ଲକ୍ଷ ଉପହାର

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷ ହେବ କରୋନା ପାଇଁ ମୁମ୍ବାଇଁ ରେ ଦହି ହାଣ୍ଡି ପ୍ରଥାରେ ରୋକ ଲଗାଯାଇଥିଲା । କେବଳ ପିରାମିଡ ତିଆରି କରିବାର ଉଚ୍ଚତାକୁ ଛାଡି ଦେଲେ ଏହା ଉପରେ ଯେଉଁ ସବୁ ରୋକ ଲଗାଯାଇଥିଲା ସେ ସବୁ କୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହଟାଇ ଦେଇଛନ୍ତି । ତେଣୁ ଯାହା ଆଶା କରାଯାଉଛି ଚଳିତବର୍ଷ ବହୁତ ନିଡାମ୍ଭର ପୂର୍ଣ୍ଣଭାବେ ଏହି ଦହି ହାଣ୍ଡି କାର୍ଯ୍ୟକ୍ରମ କରାଯିବ । ତେବେ ଏହାକୁ ନେଇ କିଛି ନୂଆ ସୂଚନା ମଧ୍ୟ ମିଳିଛି । ଏହାକୁ କ୍ରୀଡା ବିଭାଗରେ ସ୍ଥାନ ଦେବା ସହିତ ଏଥିରେ ଜଡିତ ଲୋକ ମାନଙ୍କୁ ଜୀବନ ବୀମା ଦେବା ପାଇଁ ମଧ୍ୟ ସିନ୍ଦେ ସରକାର ସ୍ଥିର କରିଛି ।

କେବଳ ଏତିକି ନୁହେଁ ଯେଉଁ ଦଳ ବିଶ୍ୱ ରେକର୍ଡ କରିବ ସେହି ଦଳକୁ ୨୧ ଲକ୍ଷ ଟଙ୍କା ମିଳିବା ସହିି ସ୍ପେନ ଯିବାକୁ ମଧ୍ୟ ମଉକା ମିଳିବ ବୋଲି ସୂଚନା ମିଳିଛି ।ତେବେ ଜନ୍ମାଷ୍ଟମୀ ପାଇଁ ସବୁ ଆଡେ ବର୍ତ୍ତମାନ ଖୁସିର ମାହୋଲ ଖେଳିଯାଇଛି । କରୋନା ପରେ ଚଳିତବର୍ଷ ଅନୁମତି ମିଳିବା ପରେ ବହୁ ଲୋକମାନଙ୍କ ଭିଡ ଦେଖିବାକୁ ମିଳିବା ସହିତ ଦର୍ଶକ ମାନେ ଖୁବ ଉତ୍ସାହିତ ଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.