ଆଜି ଏହି ରାଶିମାନଙ୍କ ଉପରେ ହେବ ଶନିଦେବଙ୍କ କୃପା, ପଢନ୍ତୁ ଆଜିର ରାଶିଫଳ…

ଆପଣଙ୍କ ଦିନଟି ଆଜି କିପରି କଟିବ ଏବଂ କେଉଁ ଉପାୟରେ ଆପଣ ଏହାକୁ ଭଲ କରିପାରିବେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଏବଂ ଶୁଭ ସଂଖ୍ୟା କ’ଣ ହେବ ତାହା ମଧ୍ୟ ଜାଣନ୍ତୁ...

ମେଷ ରାଶି:

ଆଜି ଆପଣଙ୍କ ଦିନଟି ଖୁସିରେ କାଟିବେ। ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାର ଫଳାଫଳ ଆସିବ। କଳା ଏବଂ ଗଣମାଧ୍ୟମ ସହିତ ଜଡିତ ଲୋକଙ୍କୁ ଆଜି ନୂତନ ଚାକିରି ସୁଯୋଗ ମିଳିବାର ସମ୍ଭାବନା ଅଛି। ଅଫିସରେ ଆପଣଙ୍କ କାମକୁ ଆଜି ସମସ୍ତେ ପ୍ରଶଂସା କରିବେ । ଆପଣଙ୍କୁ ଏକ ନୂତନ ପ୍ରୋଜେକ୍ଟ ମିଳିବ । ଏବଂ ଆପଣ ଏହାକୁ ନିଜ ଉପାୟରେ ସମାପ୍ତ କରିବେ ।  ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ମଧ୍ୟ ପ୍ରମାଣିତ ହେବ। ଆୟ ବୃଦ୍ଧି ପାଇବ। ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ। ଆଜି ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ।

ଶୁଭ ରଙ୍ଗ: ବାଇଗଣୀ

ଶୁଭ ସଂଖ୍ୟା- 5

ବୃଷ ରାଶି:

ଆଜି ଆପଣଙ୍କ ଭଗ୍ୟ ଉଦୟ ହେବ। ଆପଣ ଆପଣଙ୍କ ବ୍ୟବସାୟରେ ଏକ ନୂତନ ଆରମ୍ଭ କରିବେ। ଏବଂ ସେଥିରୁ ସଫଳତା ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କର ନୂଆ ଲୋକଙ୍କ ସହିତ ଭେଟ ହେବ। କିଛି ନୂଆ ଶିଖିବାକୁ ପାଇବ। ଅନେକ ଉପାୟରେ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ। ଏହି ସମୟରେ, ଅତ୍ୟଧିକ ଆତ୍ମବିଶ୍ବସ ନିଜ ପାଇଁ କ୍ଷତି ଆଣିଦେଇ ପାରେ। ନିଜ ପରିବାର ସହିତ ଭଲ ସମୟ ବିତାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ​​ରହିବ। ପାରିବାରିକ ଖର୍ଚ୍ଚ ମଧ୍ଯ କିଛି ହେବ। ଘରେ ପରିବେଶ ଭଲ ରହିବ। ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ, ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

ଶୁଭ ରଙ୍ଗ: ଗୋଲାପୀ

ଶୁଭ ସଂଖ୍ୟା- 7

ମିଥୁନ ରାଶି:

ଆଜି ଆପଣଙ୍କର ଦିନଟି ଭଲରେ କଟିବ। ଆପଣଙ୍କ ପରିବାରିକ ଜୀବନ ମଧ୍ୟ ଖୁସିରେ କାଟିବେ। ପାରସ୍ପରିକ ସମନ୍ୱୟ ଦେଖି ଆପଣ ଖୁସି ହେବେ। ବୃତ୍ତିଗତ ଜୀବନ ବହୁତ ଭଲ ହେବ। ଆଜି କରାଯାଇଥିବା ପ୍ରୟାସରୁ ଦ୍ୱିଗୁଣିତ ଲାଭ ମିଳିବ। ନିଜକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ ​​ପାଇବେ। ଯେଉଁମାନେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ପାଇଁ ଆଜି ଏକ ଉତ୍ତମ ଦିନ। କିଛି ନୂତନ ସଫଳତା ହାସଲ କରିବେ। ଆଜି ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ମିଷ୍ଠଭାଷୀ ହୁଅନ୍ତୁ। ମନକୁ ଶାନ୍ତ ରଖିବା ପାଇଁ ଧ୍ୟାନ କରନ୍ତୁ।

ଶୁଭ ରଙ୍ଗ- ସବୁଜ

ଶୁଭ ସଂଖ୍ୟା- 4

କର୍କଟ ରାଶି:

ଆଜି ଆପଣଙ୍କ ପାଇଁ ଦିନଟି ଅନପକୂଳ ହେବ । ଆପଣ ଆପଣଙ୍କ ବ୍ୟବସାୟକୁ ବଢାଇବା ପାଇଁ ନୂଆଁ ନିଷ୍ପତ୍ତି ନେବେ। ଆପଣଙ୍କ ଆର୍ଥିକ ଅବସ୍ଥାରେ ଭଲ ପରିବର୍ତ୍ତନ ଆସିବ। ବ୍ୟବସାୟିକ ଯାତ୍ରାରେ ମଧ୍ୟ ଯାଇପାରନ୍ତି। ଆଜି ଆପଣଙ୍କୁ ଏକ ସୁଖଦ ଅନୁଭୂତି ହେବ । ମାନସିକ ସ୍ତରରେ ଶାନ୍ତି ପାଇବେ। ଆଜି ନିଜ ପରିବାର ସହିତ ଦିନଟି ଖୁସିରେ କାଟିବେ। ନିଜ କାମରେ ସତର୍କ ରୁହନ୍ତୁ; ବିରୋଧୀମାନେ ସମସ୍ୟା ସୃଷ୍ଟି କରିପାରନ୍ତି। ଆପଣଙ୍କୁ କୌଣସି ପ୍ରକାରର ଅସାବଧାନତାଠୁ ଦୂରେଇ ରହିବା ଉଚିତ। ଆପଣଙ୍କୁ ଆପଣଙ୍କ ବନ୍ଧୁମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ଆଜି ନିଆଯାଇଥିବା ନିଷ୍ପତ୍ତି ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବ।

ଶୁଭ ରଙ୍ଗ- ସିଲଭର

ଶୁଭ ସଂଖ୍ୟା- 5

ସିଂହ ରାଶି:

ଆଜି ଆପଣଙ୍କ ଦିନଟି ଖୁସିରେ କଟିବେ। କ୍ୟାରିଅର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ । ଆପଣଙ୍କର ସରକାରୀ କାମ ହେବ। ଉଚ୍ଚ ଅଧିକାରୀଙ୍କ ସମର୍ଥନରେ, ଆପଣ ନିଜ ଚାକିରିରେ ଲାଭ ପାଇବେ। ଏକ ନୂତନ ଦିଗଦର୍ଶନ ପାଇବ। ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନିଜ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବେ। ଆପଣଙ୍କ ସମସ୍ତ କାମରେ ନିଜ ଜୀବନସାଥୀଙ୍କ ଠାରୁ ସମର୍ଥନ ମିଳିବ। ନିଜ ପରିବାର ସହିତ ଅଧିକ ସମୟ ବିତାଇବେ। ପିଲାମାନଙ୍କଠାରୁ ବହୁତ ଭଲ ଖବର ଶୁଣିବେ। ଏହା ଶିକ୍ଷା କ୍ଷେତ୍ରରେ ସଫଳତା ମଧ୍ୟ ହୋଇପାରେ। ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବେ।

ଶୁଭ ରଙ୍ଗ- ସୁନେଲି ବା ଗୋଲ୍ଡେନ

ଶୁଭ ସଂଖ୍ୟା- 2

କନ୍ୟା ରାଶି:

ଆଜି ଆପଣଙ୍କ ପାଇଁ ଦିନଟି ଏକ ବିଶେଷ ଦିନ। ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିପାରିବେ। ଜୀବନସାଥୀଙ୍କ ସହିତ ଭଲ ବୁଝାମଣା ରହିବ। ଖୁସି ଅନୁଭବ କରିବେ। ଜାଗା ବାଡ଼ି ବିଷୟରେ ସତର୍କ ରୁହନ୍ତୁ। ବିଶେଷକରି କାଗଜପତ୍ର ସାବଧାନତାର ସହ କରନ୍ତୁ। ବ୍ୟବସାୟିକ କ୍ଷେତ୍ରରେ ସଫଳତା ଆର୍ଥିକ କ୍ଷେତ୍ରରେ ବିପୁଳ ଲାଭ ଆଣିବ। ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହିତ ଏକ ଯାତ୍ରାରେ ଯାଇପାରନ୍ତି। ସୁସ୍ଥତା ରହିବା ପାଇଁ ବ୍ୟାୟାମ କରନ୍ତୁ।

ଶୁଭ ରଙ୍ଗ: ପିଚ୍

ଶୁଭ ସଂଖ୍ୟା- 4

ତୁଳା ରାଶି:

ଆଜିର ଦିନଟି ଆପଣଙ୍କ ଆନନ୍ଦରେ କାଟିବେ। ଆପଣଙ୍କ ପରିବାରରେ ଏକ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଟିତ ହେବ। ଘରର ପରିବେଶ ଖୁସିରେ ଭରି ରହିବ। ଆଜି ଆପଣ ସଂଗୀତ ଶୁଣିବାରେ କିଛି ସମୟ ବିତାଇବେ। ଫ୍ରେସ ଅନୁଭବ କରିବେ। ନୂତନ ଚାକିରିରେ ଯୋଗଦେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ତରବରରେ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସରେ ଏକ ବଡ଼ ପ୍ରୋଜେକ୍ଟରେ କାମ କରିବେ। ଆପଣଙ୍କର ଆର୍ଥିକ ଅବସ୍ଥା ଭଲ ରହିବ। ଆପଣ ଆପଣଙ୍କ ଘର ପାଇଁ କିଛି ଯୋଜନା କରିବେ। ଘରେ କାହାର ସ୍ୱାସ୍ଥ୍ୟ ସମ୍ପର୍କରେ ଆପଣ ଡାକ୍ତରଙ୍କଠାରୁ ପରାମର୍ଶ ନେବେ। ପିଲାମାନେ ପାଠପଢ଼ାରେ ଧ୍ୟାନ ଦେବେ।

ଶୁଭ ରଙ୍ଗ- ଧଳା

ଶୁଭ ସଂଖ୍ୟା- 4

ବିଛା ରାଶି:

ଆଜି ଆପଣଙ୍କ ପାଇଁ ଦିନଟି ବିଶେଷ ରହିବ। କୌଣସି ବ୍ୟବସାୟରେ ଟଙ୍କା ନିବେଶ କରିବ। ଏକ ନୂତନ ବ୍ୟବସାୟ ଯୋଜନା ଆରମ୍ଭ କରିବେ। ବ୍ୟବସାୟକୁ ଆଗକୁ ନେବେ ମଧ୍ୟ। ଅଟକି ରହିଥିବା ଟଙ୍କା ଫେରି ପାଇବେ। କିଛି ଦାନ ଧର୍ମ ମଧ୍ୟ କରିପାରନ୍ତି । ଅସହାୟ ପିଲାମାନଙ୍କୁ ଆବଶ୍ୟକୀୟ ଜିନିଷ ବଣ୍ଟନ କରିବେ। କୌଣସି ଲମ୍ବା ଯାତ୍ରାକୁ ଏଡ଼ନ୍ତୁ। ଏହି ରାଶିର ମହିଳାଙ୍କ ପାଇଁ ଆଜିର ଦିନଟି ଭଲ। ଆପଣଙ୍କ ପିଲା ପାଇଁ ଦିନଟି ଭଲ ହେବ। ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ କରିବା ଉଚିତ। ବୈବାହିକ ଜୀବନ ବହୁତ ଭଲରେ କଟିବ । ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ।

ଶୁଭ ରଙ୍ଗ- ଲାଲ

ଶୁଭ ସଂଖ୍ୟା- 2

ଧନୁ ରାଶି:

ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ବୈବାହିକ ଜୀବନ ଖୁସିରେ କାଟବେ। ପରସ୍ପରର ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ଆପଣଙ୍କ ସନ୍ତାନ ଏବଂ ପରିବାର ସହିତ ଅଧିକ ସମୟ ବିତାଇବ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଆପଣଙ୍କୁ ଆପଣଙ୍କର ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ସମର୍ଥନ ମିଳିବ। ନୂତନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ମିଳିପାରେ। ଆଜି ଅନେକ ନୂଆ ଜିନିଷ ଶିଖିବେ। ଆପଣଙ୍କ ଚାକିରିରେ ଦରମା ବୃଦ୍ଧିର ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଆପଣଙ୍କ ବିରୋଧୀମାନଙ୍କ ପ୍ରତି ସତର୍କ ରୁହନ୍ତୁ। ଆପଣ ଆଜି ଏକ ବଡ଼ ପ୍ରୋଜେକ୍ଟରେ ଯୋଗଦେବାର ସୁଯୋଗ ମିଳିବ।

ଶୁଭ ରଙ୍ଗ: ନୀଳ

ଶୁଭ ସଂଖ୍ୟା- 4

ମକର ରାଶି:

ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବ। ଆପଣଙ୍କୁ ଆପଣଙ୍କ ପରିବାରର ସମର୍ଥନ ମିଳିବ। ବୈବାହିକ ଜୀବନରେ ସମସ୍ୟାର ଅନ୍ତ ହେବ। ଆଜି କାମରେ ବହୁତ ବ୍ୟସ୍ତ ରହିବେ। ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଏହି ସମୟରେ କିଛି ବି ଅସାବଧାନତା ଆପଣଙ୍କୁ ଭାରି ପଡ଼ିପାରେ । ଦବା ନବାରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଯଦି ଆପଣ ପରିବାର ଏବଂ ବନ୍ଧୁମାନଙ୍କ ସହିତ କିଛି ସମୟ ବିତାଇବେ କିମ୍ବା ମନୋରଞ୍ଜନ ପାଇଁ କିଛି ସମୟ ବାହାର କଟିବେ, ତେବେ ଆପଣଙ୍କୁ ଭଲ ଲାଗିବ। ଦୀର୍ଘ ଦିନ ଧରି ପଡ଼ି ରହିଥିବା କାମ ସମ୍ପୂର୍ଣ୍ଣ ହେବାର ଆଶା କରାଯାଉଛି। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ​​ରହିବ। ଆପଣଙ୍କୁ ଆପଣଙ୍କର କଠିନ ପରିଶ୍ରମର ଫଳ ମିଳିବ।

ଶୁଭ ରଙ୍ଗ: କଳା

ଶୁଭ ସଂଖ୍ୟା- 7

କୁମ୍ଭ:

ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବ। କର୍ମକ୍ଷେତ୍ରରେ ଆପଣଙ୍କୁ ବରିଷ୍ଠ ଲୋକଙ୍କ ଠାରୁ ସମର୍ଥନ ମିଳିବ। ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ଆପଣ ଆପଣଙ୍କ କଠିନ ପରିଶ୍ରମ ଦ୍ୱାରା ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚ୍ୟାଲେଞ୍ଜ କରିବେ। ନୂତନ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ଏବଂ ସେଥିରେ ନିଜର ସର୍ବୋତ୍ତମ ଦେବାକୁ ଚେଷ୍ଟା କରିବେ । ଚାକିରିରେ ଆଶାଠାରୁ ଅଧିକ ଲାଭ ପାଇବେ। ଏହି ସମୟରେ, ଆଳସ୍ୟକୁ ଠୁ ଦୁରେଇ ରୁହନ୍ତୁ ଏବଂ ଆପଣଙ୍କ କଥାକୁ ମଧୁର ରଖନ୍ତୁ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ। ଆପଣଙ୍କ ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ଶୁଭ ରଙ୍ଗ: ହଳଦିଆ

ଶୁଭ ସଂଖ୍ୟା- 5

ମୀନ:

ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆଜି ନିଜର ବ୍ୟବସାୟ ଆରମ୍ଭ କରିବେ। ଭଲ ସଫଳତା ପାଇବେ ମଧ୍ୟ। ଆପଣଙ୍କର ଆର୍ଥିକ ଦିଗ ସୁଦୃଢ଼ ​​ରହିବ । ପାର୍ଟନରସିପରେ କରାଯାଉଥିବା ବ୍ୟବସାୟରେ ଆର୍ଥିକ ଲାଭ ହେବ। ଏହି ସମୟରେ ଆପଣଙ୍କୁ ଆପଣଙ୍କର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। ଆପଣଙ୍କ ଘର ଏବଂ ପରିବାରର ପରିବେଶ ଭଲ ରହିବ। ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହିବା ଉଚିତ। ବିନା କାରଣରେ ରାଗିବା ଠାରୁ ଦୂରେଇ ରୁହନ୍ତୁ। ମାନସିକ ଶାନ୍ତି ପାଇଁ ଯୋଗ କରନ୍ତୁ। ଆପଣଙ୍କ ମନରେ ନୂଆ ବିଚାର ଆଶିବ। ଆପଣଙ୍କୁ ହଠାତ୍ କୌଣସି ସ୍ଥାନରୁ ଆର୍ଥିକ ଲାଭ ମିଳିପାରେ।

ଶୁଭ ରଙ୍ଗ: କେଶରିଆ

ଶୁଭ ସଂଖ୍ୟା- 1