ନାବାଳିକାକୁ ୨ ବର୍ଷ ଧରି ବଳାତ୍କାର କରୁଥିଲା ନାବାଳକ, ୧୪ ଜଣ ଗଣବଳାତ୍କାରରେ ଥିଲେ ସାମିଲ

ମୁଖ୍ୟମନ୍ତ୍ରୀ ଦେଲେ ଯାଞ୍ଚ ନିର୍ଦ୍ଦେଶ । ପୋଲିସର ସ୍ୱତନ୍ତ୍ର ଟିମ୍ କରୁଛି ଯାଞ୍ଚ ।

ଅମରାବତୀ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲାରୁ ଏକ ବର୍ବର ଘଟଣା ସାମ୍ନାକୁ ଆସିଛି । ଦଳିତ ନାବାଳିକାକୁ ଲଗାତେର ୨ ବର୍ଷ ହେବ ବଳାକ୍ରାର କରିଆସୁଥିଲା କ୍ଲାସମେଟ୍ ଛାତ୍ର ।

ଛାତ୍ର ସମେତ ତା’ ବାପା ମଧ୍ୟ ନାବାଳିକାଙ୍କୁ ବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ଏ ନେଇ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ନାବାଳକକୁ ବାଲ୍ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

ସ୍ଥାନୀୟ ଡିଏସପି ଭି. ରତ୍ନା କହିଛନ୍ତି, ଜିଲ୍ଲାର ପୁଟପର୍ତ୍ତି ଅଞ୍ଚଳସ୍ଥିତ ଇଡଗୁରାଲ୍ଲାପଲ୍ଲୀରୁ ଗ୍ୟାଙ୍ଗ ରେପ୍ ଅଭିଯୋଗ ସାମ୍ନାକୁ ଆସିବା ପରେ ୬ ଜଣଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ ୭ ଅଭିଯୁକ୍ତଙ୍କ ସମେତ ଅନ୍ୟ ୭ ଜଣ ନାବାଳିକାଙ୍କୁ ବଳାକ୍ରାର କରିଛନ୍ତି । ଅନ୍ୟ ୭ ଜଣ ଫେରାର୍ ଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ଟିମ୍ ଗଂନ କରି ପୋଲିସ ପକ୍ଷଯୁ ଛାନଭିନ୍ ଜାରି ରହିଛି ।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୋକ ବ୍ୟକ୍ତ କରିଛନ୍ତି । ସଠିକ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।