fbpx

କମାଲ କରୁଛି ଦମନ: କପିଲଙ୍କ କମେଡ଼ି ସୋ ରେ ଆସୁଛି ଦମନ ଟିମ୍

Advertisement

ଭୂବନେଶ୍ୱର: ସୋସିଆଲ ମିଡ଼ିଆଠୁ ଆରମ୍ବ କରି ଗଣମାଧ୍ୟମ ।ଆଉ ପୁରା ଭାରତରେ ଚର୍ଚ୍ଚା ସାଉଁଟୁଛି ଓଡ଼ିଆ ଫିଲ୍ମ ଦମନା ଆଉ ଏବେ ଏହା ସାରା ଭାରତର ଲୋକଙ୍କୁ ଆକର୍ଶିତ ମଧ୍ୟ କରିଛି । ତେବେ ଦମନ୍ ଫିଲ୍ମ ରିଲିଜ୍ ହେବାପର ଠାରୁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଛି । ତେବେ ଦମନ୍ ଫିଲ୍ମ ହଲରେ ଓଡ଼ିଆ ଫିଲ୍ମ ବାଭେ ଯେମିତି ସଫଳତାର ସହ ହିଟ ହେଉଛି, ସେମିତି ରୋଜଗାର ମଧ୍ୟ କରିଛି । ଆଉ ଫିଲ୍ମଟିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କର ମୁକ୍ତ କରିଛନ୍ତି । ସେହିପରି ଏହି ଚଳଚ୍ଚିତ୍ର ହିନ୍ଦିରେ ଡ଼ବ୍ ବି ସରିଛି ।

ତେବେ ବର୍ତ୍ତମାନ ସବୁଠାରୁ ବଡ଼ କଥା ହେଉଛି ଯେ କପିଲ ସର୍ମାଙ୍କ କମେଡ଼ି ସୋକୁ ଯାଉଛନ୍ତି ଦମନ୍ ଟିମ୍ । ଯାହାକୁ ନେଇ ଚର୍ଚା ଯୋର ଧରିଛି । ତେବେ ଆପଣ ନିଶ୍ଚିତ ଭାବେ ଜାଣିଥିବେ, କପିଲ ସର୍ମାଙ୍କ “ସୋ’କୁ ଯିବାକୁ କେମିତି ବଡ଼ ବଡ଼ ଫିଲ୍ମ ଲାଇନରେ ଥାଏ । ଏମିତିକି ଆପଣମାନେ ଦେଖିଥିବେ ବଲିଉଡର ବଡ଼ ବଡ଼ ଅଭିନେତା ସାରୁଖାନ୍ ସଲମାନ ଖାନଠାରୁ ଆରମ୍ବକରି ହ୍ରିିତିକ୍ ରୋଷନ ସମେସ୍ତେ ଏହି “ସୋ’କୁ ଯାଇଛନ୍ତି । ଆଉ ନିଜର ରିଲିଜ୍ ହେବାକୁଥିବା ଫିଲ୍ମ ପ୍ରମୋସନ କରିଥାନ୍ତି । ତେବେ ଓଡ଼ିଆ ଫିଲ୍ମ ଦିନେ କପିଲ ସର୍ମାଙ୍କ “ସୋ’କୁ ଯିବ ବା ଦମନ ଟିମ୍ ଏମିତି ସେହି “ସୋ’ରେ ପହଁଚିବେ ବୋଲି କେହି କେବେ ଭାବିନଥିବେ । ଯାହାକି ଏବେ ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ଦମନର ପୁରା ଟିମ୍ କପିଲ ସର୍ମାଙ୍କ “ସୋ’ରେ ଆସୁଛନ୍ତି । ଯାହାକୁ ନେଇ ଏବେ ଠାରୁ ଚର୍ଚ୍ଚା ଜୋର ଧରିଛି ।

ଓଡ଼ିଆ ଫିଲ୍ମ ଜଗତରେ ଦମନ୍ ଫିଲ୍ ଯେଉଁ ଇତିହାସ ଷ୍ୃଷ୍ଟି କରିଛି ତାହା ଅତି ପ୍ରସଂଶନୀୟ । ଯେଉଁଠାରେ ଓଡ଼ିଆ ଦର୍ଶକ ମନଉଣା କରୁଥିଲେ ହଲକୁ ଯିବାକୁ ଏବଂ ଓଡ଼ିଆ ଫିଲ୍ମ ଦେଖିବାକୁ । ଏବେ ଦମନ ଫିଲ୍ମ ଦେଖିବାକୁ ସମସ୍ତେ ଦୌଡ଼ୁଛନ୍ତ ିା ତେବେ ସବୁଠାରୁ ôବଡ଼ କଥା ହେଉଛି ଏହି ଫିଲ୍ମ ନା କେଉଁ ଫିଲ୍ମକୁ କପି କରାଯାଇଛି , ନା କୌଣସି ବାହାର ସ୍ଥାନର କାହାଣୀ । ଏହା ପୁରା ଓଡ଼ିଆ ଫିଲ୍ମ । ତା ସାଙ୍ଗକୁ ନିଜ ରାଜ୍ୟ ଭିତର କାହାଣୀ ମଧ୍ୟ ଏହି ଦମନ ଚଳଚ୍ଚିତ୍ର । ତେବେ ମାଲକାନଗିରି ଅଞ୍ଚଳର କାହାଣୀ ଉପରେ ପର୍ଯ୍ୟବେସିତ ଏହି ଚଳଚ୍ଚିତ୍ର । ଆଉ କେମିତି ଜଣେ ଡ଼ାକ୍ତର ନିଜ ଆଗ୍ରହ ଆଉ ଲୋକଙ୍କ ଜୀବନର ମୁଲ୍ୟକୁ ବୁଝି, ନିଜ ଜୀବନକୁ ବିପଦରେ ପକାଇ ସେମାନଙ୍କ ଚିକିତ୍ସା ପାଇଁ ଜଙ୍ଗଲ ଭିତରେ ରହିଲେ । ଆଉ ଲୋକଙ୍କ ସେବା କରିଥିଲେ ।

ତେବେ ଏହି ଫିଲ୍ମରେ ନା ଆଇଟମ୍ ସଙ୍ଗ ଅଛି ନା ହିରୋଇନ୍ । ତଥାପି ଫିଲ୍ମ ହିଟ । ସମସ୍ତଙ୍କ ମନକୁ ଛୁଇଁଛି ଫିଲ୍ମ । ଆଉ ଏବେ କପିଲ୍ ସର୍ମାଙ୍କ “ସୋ’ରେ ପୁରା ଦମନ ଟିମ୍ ନଜର ଆସିବାକୁ ଥିବା ଶୁଣିବାକୁ ମିଳୁଛି ।

Get real time updates directly on you device, subscribe now.