ବାରରେ ନାଚ ସମ୍ପୂର୍ଣ୍ଣ ବ୍ୟାନ୍, ରଦ୍ଦ ହୋଇପାରେ ଲାଇସେନ୍ସ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର: ବାରକୁ ନେଇ କଠୋର ହୋଇଛି ଅବକାରୀ ବିଭାଗ । ବାରରେ ଗୀତ ଗାଇବା ଛଡ଼ା ନାଚ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ପକ୍ଷରୁ ଆଣାଯାଇଥିବା ଏହି ଗାଇଡଲାଇନ କୁ ଉଲଂଘନ କଲେ ନିଆଯିବ କୋଠର କାର୍ଯ୍ୟାନୁଷ୍ଠାନ ।

ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେଥିପାଇଁ ସେହି ଲାଇସେନ୍ସି ତାର ଦାୟୀ ରହିବ । ବାରରେ ନାଚାଇଲେ ସେହି ଲାଇସେନ୍ସିର ଲାଇସେନ୍ସକୁ ରଦ୍ଦ କରିବେ ସରକାର । ଏପରିକି କେତେ ଡେସିବିଲ ଭିତରେ ମ୍ୟୁଜିକ କରିବେ ତାହା ମଧ୍ୟ ଆମେ ଗାଇଡଲାଇନରେ ଉଲ୍ଲେଖ କରିଛୁ । ଏହାକୁ ଉଲଂଘନ କଲେ ବି ଆକ୍ସନ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡ଼ିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।