fbpx

ଇତିହାସର ଭୟଙ୍କର ଲେଡି ସିରିୟଲ୍ କିଲର୍: ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହ ଶହ କୁଆଁରୀ ଯୁବତୀଙ୍କ ରକ୍ତରେ କରିଥିଲେ ସ୍ନାନ

ପୂରାତନ କାଳର ରାଜାରାଣୀଙ୍କ ବିଷୟରେ ଅନେକ କାହାଣୀ ରହିଛି । ଏପରି କିଛି କାହାଣୀ ଅଛି, ଯାହାକୁ ଶୁଣିଲେ ଆମର ଲୋମ ଟାଙ୍କୁରି ଉଠେ । ଏହିପରି ଏକ କାହାଣୀର ନାୟିକା ହେଉଛନ୍ତି ହଙ୍ଗେରିର ମହାରାଣୀ ଏଲିଜାବେଥ ବାଥୋରୀ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବାଥୋରୀ କୁଆଁରି ଝିଅଙ୍କ ରକ୍ତରେ ସ୍ନାନ କରୁଥିଲେ । ୧୫୮୫ ମସିହାରୁ ୧୬୧୦ ମଧ୍ୟରେ ବାଥୋରୀ ୬ ଶହର ଅଧିକ କୁଆଁରି ଝିଅଙ୍କୁ ହତ୍ୟା କରି ସେମାନଙ୍କ ରକ୍ତରେ ସ୍ନାନ କରିଥିଲେ । ସେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଅତ୍ୟନ୍ତ କ୍ରୁର ପାଲଟି ଯାଇଥିଲେ । ବାଥୋରୀଙ୍କୁ ତାଙ୍କର ୩ ଜଣ ଚାକର ଏହି କାର୍ଯ୍ୟରେ ସହାୟତା କରୁଥିଲେ ।

ବାଥୋରୀ ନିକଟବର୍ତ୍ତୀ ଗ୍ରାମର ଯୁବତୀମାନଙ୍କୁ କାମ ଦେବା ବାହାନାରେ ନିଜ ମହଲକୁ ଡାକି ଆଣୁଥିଲେ । ପରେ ସେମାନଙ୍କୁ ହତ୍ୟା କରୁଥିଲେ । ଧୀରେଧୀରେ ଆଖପାଖ ଗ୍ରାମର ଯୁବତୀଙ୍କ ସଂଖ୍ୟା କମିଯିବା ପରେ ସେ ବଡ଼ ଘରର ଯୁବତୀଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ତାଙ୍କର ଏହି ଭୟଙ୍କର କୁକାର୍ଯ୍ୟ ବିଷୟରେ ଜଣାପଡ଼ିବା ପରେ ବାଥୋରୀଙ୍କୁ ଗିରଫ କରି ତାଙ୍କ ମହଲରେ ୪ ବର୍ଷ ଧରି ବନ୍ଦୀ କରି ରଖାଯାଇଥିଲା ।

Get real time updates directly on you device, subscribe now.