‘ଦରକାର ନାହିଁ ସାବତ ମା’ … ୧୦ ବର୍ଷର ସାହସୀ ନାବାଳିକା ଝିଅ ଭାଙ୍ଗିଲା ବାପାର ଦ୍ୱିତୀୟ ବିବାହ

ପାଟନା: ‘ବାପା ଦ୍ୱିତୀୟ ବିବାହ ପାଇଁ ଯାଉଛନ୍ତି … ଆମର ଯତ୍ନ କିଏ ନେବେ, ପରିବାରରେ ଆମର ଯତ୍ନ ନେବାକୁ କେହି ନାହାଁନ୍ତି। ତେଣୁ, ଦୟାକରି ଏହି ବିବାହ ବନ୍ଦ କରାନ୍ତୁ । ଏଭଳି କିଛି କଥା କହି ପୋଲିସ ବାବୁର ହୃଦୟକୁ ତରଳାଇ ଦେଇଥିଲେ ୧୦ ବର୍ଷୀୟ ନାବାଳିକା । ଝିଅଟିର ଅନୁରୋଧ ରଖି ପୋଲିସ ଟିମ୍ ମଧ୍ୟ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ସେହି ବ୍ୟକ୍ତିଙ୍କ ଦ୍ୱିତୀୟ ବିବାହକୁ ଅନୁମତି ଦେଇନଥିଲେ। ପୋଲିସ ଅଧିକାରୀ ଝିଅର ବାପାଙ୍କ ସହ ସ୍ୱତନ୍ତ୍ର ଭାବେ କଥା ସେ ବି ଏହି ବିବାହ କରିବାକୁ ମନା କରିଥିଲେ ।

୧୦ ବର୍ଷୀୟ ନାବାଳିକାର ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଦ୍ୱିତୀୟ ବିବାହ କରିବାକୁ ଯାଉଥିବା ବ୍ୟକ୍ତିଙ୍କର ୫ଟି ସନ୍ତାନ ଥିବା ବେଳେ ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା । ସେ ଦ୍ୱିତୀୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା ତାଙ୍କ ପିଲାମାନଙ୍କୁ ପସନ୍ଦ ନଥିଲା । ବାପାଙ୍କ ଦ୍ୱିତୀୟ ବିବାହ ପରେ କିଏ ସେମାନଙ୍କ ଦାୟିତ୍ୱ ନେବ ଏବଂ ସେମାନଙ୍କ କଥା ବୁଝିବ ତାହାକୁ ନେଇ ପିଲାମାନେ ଚିନ୍ତିତ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ବର୍ଷୀୟ ଟି ସିଧା ପହଞ୍ଚିଲା ପୋଲିସ ସେଷ୍ଟନରେ । ବାପା ଦ୍ୱିତୀୟ ବିବାହ ପାଇଁ ଯାଉଛନ୍ତି, ଆମର ସାବତ ମା ଦରକାର ନାହିଁ । କିଏ ନେବ ଆମ ଯତ୍ନ । ଏଭଳି କିଛି କହି କାକୁତିମିନତି ହୋଇଥିଲେ । ନାବାଳିକା କଥାରେ ରାଜି ପୋଲିସ ପହଞ୍ଚି ବାପାର ଦ୍ୱିତୀୟ ବିବାହ ବନ୍ଦ କରିଥିଲା ।