fbpx

ଦୁଃଖ ଖବର: ଦଶପଲ୍ଲା ରାଜମାତା କମଳା କୁମାରୀ ଦେଓଭଞ୍ଜଙ୍କ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ଦଶପଲ୍ଲା ରାଜମାତା କମଳା କୁମାରୀ ଦେଓଭଞ୍ଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଶ୍ରୀମତୀ ଭଞ୍ଜଦେଓଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ବିଶାଖାପାଟଣାରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଦଶପଲ୍ଲା ଗଡ଼ଜାତ ରାଜ୍ୟର ଶେଷ ରାଜମାତା ଥିଲେ । ସେ ଦଶପଲ୍ଲାର ୧୭ତମ ରାଜା ପୂର୍ଣ୍ଣଚନ୍ଦ୍ର ଦେଓଭଞ୍ଜ ତଥା ଭୁବନେଶ୍ୱରର ପୂର୍ବତନ ସାଂସଦଙ୍କୁ ବିବାହ କରିଥିଲେ ।

ରାଜମାତା କମଳାଙ୍କ ବିୟୋଗରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ରାଜକୀୟ ପରମ୍ପରା ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ରାଜମାତାଙ୍କ ବିୟୋଗରେ ସମଗ୍ର ଦଶପଲ୍ଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରାଜା ସାହେବ ଦିଗବିଜୟ ଚନ୍ଦ୍ର ଦେଓଭଞ୍ଜ ଓ ରାଣୀ ପ୍ରଭାମଞ୍ଜରୀ ଦେଓଭଞ୍ଜ ରାଜମାତାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.