fbpx

ଜନ୍ମ ତାରିଖ କହିବ ଆପଣଙ୍କର ଲଭ୍ ନା ଆରେଞ୍ଜ ମ୍ୟାରେଜ୍ ହେବ ! ଜାଣନ୍ତୁ କିପରି

ବାହାଘରକୁ ନେଇ ସମସ୍ତେ ଅନେକ ସ୍ବପ୍ନ ଦେଖିଥାନ୍ତି । ପୁଅ-ଝିଅ ମାନଙ୍କ ମଧ୍ୟରେ ସର୍ବପ୍ରଥମେ ଏହି ପ୍ରଶ୍ନ ଆସିଥାଏ ଯେ ତାଙ୍କର ଆରେଞ୍ଜ ମ୍ୟାରେଜ କିମ୍ବା ଲଭ୍ ମ୍ୟାରେଜ୍ ହେବ। ଯଦି ଆପଣ ମଧ୍ୟ ଏହି ପ୍ରଶ୍ନରେ ଦ୍ବନ୍ଦରେ ଅଛନ୍ତି ତେବେ ଆପଣ ନିଜର ଜନ୍ମ ତାରିଖ ଦ୍ବାରା ଏହି ଦ୍ବନ୍ଦର ସମାଧାନ ପାଇପାରିବେ। ଆମ ଜନ୍ମ ତାରିଖ କହିଥାଏ ଆମର ଲଭ ନା ଆରେଞ୍ଜ ମ୍ୟାରେଜ ହେବ । ଏହା ସମସ୍ତେ ଜାଣିବାକୁ ଚାହିଁଥାନ୍ତି । ଆମ ଜନ୍ମ ତାରିଖ ଯୋଡ଼ି ଜ୍ୟୋତିଷ ବିଜ୍ଞାନରେ ଅଛି ଯେ ପ୍ରେମ ବିବାହ ହେବ ନା ପାରମ୍ପରିକ ବିବାହ ହେବ ତାହା ଜାଣିହେବ । ତେବେ ଆସନ୍ତୁ ଜାଣିବା ଜନ୍ମ ତାରିଖରେ କଣ ରହିଛି…

– ୧,୧୦,୧୯,୨୮ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୧ ଅଟେ । ଏହା ସୂର୍ଯ୍ୟଙ୍କର ଅଙ୍କ ଅଟେ । ଏହି ଜନ୍ମ ତାରିଖର ଲୋକମାନେ ବହୁ ଲାଜୁଆ ସ୍ୱଭାବର ହୋଇଥାନ୍ତି । ଏମାନଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

– ୨,୧୧,୨୦,୨୯ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୨ ଅଟେ । ଏହା ଚନ୍ଦ୍ରମାଙ୍କର ଅଙ୍କ ଅଟେ । ଏମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି । ଯାହାକୁ ଥରେ ପ୍ରେମ କରିଥାନ୍ତି ତାକୁ ହିଁ ବିବାହ କରିଥାନ୍ତି । ଏହି ବ୍ୟକ୍ତିଙ୍କର ପ୍ରେମ ବିବାହ ହୋଇଥାଏ ।

– ୩,୧୨,୨୧,୩୦ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୩ । ଏହା ଗୁରୁଙ୍କର ଅଙ୍କ ଅଟେ । ଏମାନଙ୍କର ପ୍ରେମ ବିବାହ କରିବାରେ ସଫଳ ହୋଇଥାନ୍ତି । ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

– ୪,୧୩,୨୨,୩୧ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ମୂଲ୍ୟାଙ୍କନ ୪ । ଏହା ରାହୁଙ୍କର ଅଙ୍କ ଅଟେ । ଏମାନେ ବହୁତ ଜଣଙ୍କୁ ଭଲ ପାଇଥାନ୍ତି । ଏମାନେ ପ୍ରେମ କଲେ ମଧ୍ୟ ପ୍ରେମ ବିବାହ ସମ୍ଭବ ହୋଇନଥାଏ । ଶେଷରେ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି ।

– ୫,୧୪,୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୫ । ଏମାନଙ୍କ ଜାତକରେ ପ୍ରେମ ବିବାହ ଥିଲେ ମଧ୍ୟ ପରିବାରର ସହଯୋଗ ଏବଂ ସହମତିରେ ବିବାହ କରିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତିଙ୍କର ଆରେଞ୍ଜ ମ୍ୟାରେଜ ହୋଇଥାଏ ।

– ୬,୧୫,୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୬ । ଏହା ଶୁକ୍ରଙ୍କର ଅଙ୍କ ଅଟେ । ଏହି ତାରିଖର ବ୍ୟକ୍ତିମାନେ ଯେଉଁମାନେ ଭଲପାଇଥାନ୍ତି ସେମାନେ ହିଁ ପ୍ରେମ ବିବାହ କରିଥାନ୍ତି ।

– ୭,୧୬,୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୭ । ଏହା କେତୁଙ୍କର ଅଙ୍କ ଅଟେ । ଏମାନେ ପ୍ରେମ ବିବାହ କରିବାକୁ ଚାହିଁଥାନ୍ତି । କିନ୍ତୁ ଏମାନଙ୍କ ସରଳ ଓ ସଙ୍କୁଚିତ ମନୋଭାବ ଯୋଗୁଁ ଏମାନେ ପ୍ରେମ ବିବାହ କରିପାରନ୍ତିନି ।

– ୮,୧୭,୨୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୮ । ଏହା ଶନିଙ୍କର ଅଙ୍କ ଅଟେ । ଏମାନେ ପ୍ରେମରେ ଖୁବଶୀଘ୍ର ପଡ଼ନ୍ତିନି । କିନ୍ତୁ ଥରେ ପ୍ରେମରେ ପଡ଼ିଲା ପରେ ତା ସହିତ ହିଁ ଜୀବନ ବିତେଇଥାନ୍ତି । ଏମାନଙ୍କର ପ୍ରେମ ବିବାହ ହିଁ ହୋଇଥାଏ ।

– ୯ ଓ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ମୂଲ୍ୟାଙ୍କ ୯ । ଏହା ମଙ୍ଗଳର ଅଙ୍କ ଅଟେ । ଏମାନଙ୍କର ପ୍ରେମ ବିବାହ କରିବା ଏମାନଙ୍କ ପାଇଁ କଷ୍ଟ କର ହୋଇଥାଏ । କିନ୍ତୁ ଏମାନଙ୍କ ବୈବାହିକ ଜୀବନ ବେଶ ସୁଖମୟ ହୋଇଥାଏ ।

Get real time updates directly on you device, subscribe now.