fbpx
BJD SKY
BJD SKY

ଅନଲାଇନ୍ ଡେଟିଂ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହାର ବିପଦ ସମ୍ବନ୍ଧରେ , ରହିବେ ସୁରକ୍ଷିତ

BJD

ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଖାସ କରି ମହାମାରୀ କରୋନା ପରେ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନାବ କିଛି ପରିବର୍ତ୍ତନ ଆସିଛି । ଅଧିକାଂଶ ଲୋକେ ଏକା ସମୟ ଅତିବାହିତ କରିବା ସହ ମୋମାଇଲ ଏବଂ ଇଣ୍ଟରନେଟର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ତେବେ ଟେକ୍ନୋଲୋଜି, ଇଣ୍ଟରନେଟ ଓ ସୋସିଆଲ ମିଡିଆ ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅନଲାଇନ୍ ଡେଟିଂ ଏକ ନୂଆ ଟ୍ରେଣ୍ଡ ହୋଇଛି । ପୁରୁଣା ସମୟରେ ପ୍ରେମର ପରିପ୍ରକାଶ କରିବା ବହୁତ ବଡ଼ କାମ ଥିଲା । ଯୁବକ-ଯୁବତୀମାନେ ନିଜ ମନର ଭାବନା ପାର୍ଟନରଙ୍କୁ କହିବାକୁ ସାହସ କରିପାରୁନଥିଲେ । ଏପରି କରିବାକୁ ତାଙ୍କୁ ବର୍ଷ ବର୍ଷ ଲାଗିଯାଉଥିଲା । କିନ୍ତୁ ଏବେ ଏପରି ହେଉନାହିଁ, କାରଣ ଏବେ ଗୋଟିଏ କ୍ଲିକରେ ଫ୍ରେଣ୍ଡସିପ୍ ଓ ଗୋଟିଏ କ୍ଲିକରେ ବ୍ରେକଅପ୍ ହେଉଛି ।

କିନ୍ତୁ ନିକଟରେ ଏପରି କିଛି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କାରଣରୁ ଯୁବକ ଓ ଯୁବତୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହିତ ସେମାନଙ୍କୁ ଲୋକ ନିନ୍ଦା ଶୁଣିବା ସହ ବ୍ଲାକମେଲର ମଧ୍ୟ ଶିକାର ହେଉଛନ୍ତି । ତେଣୁ ଅନଲାଇନ୍ ଡେଟିଂ ପୂର୍ବରୁ ଜାଣିରଖନ୍ତୁ ଏହାର ବିପଦ ସମ୍ବନ୍ଧରେ ଯାହାକି ଆପଣଙ୍କୁ ସୁରକ୍ଷିତ ରଖିବ ।

ଏହିସବୁ କଥାପ୍ରତି ଧ୍ୟାନ ଦିଅନ୍ତୁ:

୧.ଅନେକ ଡେଟିଂ ଆପ୍ ମାଗଣା ହୋଇଥିବା ବେଳେ କିଛି ଆପ ପାଇଁ ଦେୟ ଦେବାକୁ ପଡିଥାଏ । କିନ୍ତୁ ଯଦି ଆପ୍ ବ୍ୟବହାର କରିବା ସମୟରେ ଯଦି କେହି ଆପଣଙ୍କୁ ଟଙ୍କା କିମ୍ବା କିଛି ପ୍ରଲୋଭନକାରୀ ଜିନିଷ ମାଗନ୍ତି ସେଥିପ୍ରତି ସାବଧାନ ରୁହନ୍ତୁ । ଏପରି ପରିସ୍ଥିତିରେ, ଆପଣ ସେହି ଆକାଉଣ୍ଟରୁ ଦୂରରେ ରହିବା ଉଚିତ୍ ।

୨. ଡେଟିଂ ଆପ୍ ବ୍ୟବହାର କରିବାବେଳେ ସର୍ବଦା ସତର୍କ ରୁହନ୍ତୁ । ସମ୍ପର୍କକୁ ବହୁତ ଦୂରକୁ ନେବାର ପାଇଁ ଥିବା ତତ୍ପରତାକୁ ଏଡାଇବା ଉଚିତ୍ ।ଏଥିସହିତ ଯଦି ତୁମେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଯାଅ, ତେବେ କାହାକୁ ସାଙ୍ଗରେ ନେଇଯାଅ କିମ୍ବା ଘରେ କାହାକୁ କହି ଯାଆନ୍ତୁ । ଯେକୌଣସି ପ୍ରକାରର ଆପତ୍ତିଜନକ ଫଟୋ କେବେବି କାହାକୁ ଦିଅନ୍ତୁ ନାହିଁ । ଏଥିସହିତ ଅନଲାଇନ୍ ଡେଟିଂରେ ଯଦି କୌଣସି ପୁରୁଷ କିମ୍ବା ମହିଳା ଏପରି ଫଟୋ ମାଗୁଛନ୍ତି ତେବେ ସେମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ ।

୩. ଡେଟିଂ ଆପ୍ସରେ ସମ୍ପର୍କ ରହିବା ପରେ ମଧ୍ୟ ଆପଣଙ୍କର ବ୍ୟକ୍ତିଗତ ସୂଚନା ଦେବା ଠାରୁ ଦୂରେଇ ରୁହନ୍ତୁ ଏବଂ ମୁହାଁମୁହିଁ ସାକ୍ଷାତ କରନ୍ତୁ । ଯଦି ଜଣେ ବ୍ୟକ୍ତି ତାଙ୍କ ପ୍ରୋଫାଇଲରେ କେବଳ ଗୋଟିଏ ଫଟୋ ରଖନ୍ତି କିମ୍ବା ନିଜ ବିଷୟରେ ଅଧିକ ସୂଚନା ଦିଅନ୍ତି ନାହିଁ, ତେବେ ତାଙ୍କଠାରୁ ଦୂରରେ ରୁହନ୍ତୁ । ସେହିପରି ବାରମ୍ବାର ପଚାରିବା ପରେ ମଧ୍ୟ ଯଦି ସେ ନିଜ ବିଷୟରେ କିଛି କୁହନ୍ତି ନାହିଁ, ତେବେ ଆପଣ ତାଙ୍କ ସହିତ ସମ୍ପର୍କ ରଖିବା ଅନୁଚିତ୍ ।

୪.ପ୍ରାୟତଃ ଦେଖାଯାଉଛି ଯେ, ୨ /୪ ଦିନ କଥାବାର୍ତ୍ତାରେ ଆପଣ ନିଜ ପାର୍ଟନରଙ୍କୁ ନିଜ ବିଷୟରେ ସବୁ କହିଦେଉଛନ୍ତି । ଏପରି କରନ୍ତୁ ନାହିଁ । କାରଣ ଆପଣଙ୍କ ପାର୍ଟନର ଏହାର ଭୁଲ ଫାଇଦା ଉଠାଇପାରନ୍ତି ।

୫. ଯଦି ଆପଣ ପାର୍ଟନରଙ୍କ ସହ ବାହାରକୁ ଡେଟିଂରେ ଯାଉଛନ୍ତି, ତେବେ ଅଧିକ ଲୋକଥିବା ଜାଗାରେ ଦେଖାକର । କୌଣସି ଅଜଣା ବ୍ୟକ୍ତିଙ୍କ ସହ ବାହାରକୁ ଯାଆନ୍ତୁ ନାହିଁ । ଏହା ସହ ପାର୍ଟନର ସହ ଏପରି ଜାଗାକୁ ଯାଆନ୍ତୁ, ଯେଉଁଠି ଆପଣଙ୍କୁ ସୁରକ୍ଷିତ ଅନୁଭବ ହେଉଥିବ ।

୬. ଯଦି ଆପଣ ନିଜ ପାର୍ଟନର ସହ ଦେଖାକରିବାକୁ ଭାବୁଛନ୍ତି, ତେବେ ଏହା ପୂର୍ବରୁ କୁଆଡେ ଯାଉଛି ଓ କାହା ସହ ଯାଉଛ ବୋଲି ସାଙ୍ଗମାନଙ୍କୁ କୁହ, ଯାହାଙ୍କ ଉପରେ ଆପଣ ଭରଷା କରୁଛ । କାହିଁ କି ଏପରି କରିବା ଦ୍ୱାରା ଯଦି ଆପଣଙ୍କ ପାର୍ଟନର କିଛି ବି ଖରାପ କରେ, ତେବେ ସେ ଧରାପଡିବ ।

୭. ଅନଲାଇନ୍ ଡେଟିଂ କରୁଥିବା ବେଳେ ସର୍ବଦା ଆଲର୍ଟ ରୁହନ୍ତୁ । କାହା ପ୍ରେମରେ ଏତେ ବି ପଡନି, ଯାହାର କ୍ଷତିପୂରଣ ଆପଣଙ୍କ ପରିବାର ଭୋଗ କରିବ ।

Get real time updates directly on you device, subscribe now.