(Video) କଳିଯୁଗର ଉଦଣ୍ଡି ଝିଅ, ଜନ୍ମକଲା ଝିଅର ନିର୍ଯାତନା ସହି ନପାରି ଝୁଲିପଡ଼ିଲା ବାପା…

ମା’ ଧରିଲା, ଝିଅ ପିଟିଲା । ସାନପୁଅ ଆକଟ କଲା ବୋଲି ଗାଳି ଶୁଣିଲା ।

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେଉଛି । ସେଗୁଡ଼ିକ ଖାଲି ଆମମାନଙ୍କୁ ମନୋରରଞ୍ଜନ ଦେଉଛି ତା’ ନୁହେଁ, ବରଂ ଦେଶ ବିଦେଶରେ ଘଟୁଥିବା ପ୍ରତିଟି ଘଟଣା ବିଷୟରେ ମଧ୍ୟ ଅବଗତ କରାଉଛି ।

ମଧ୍ୟ ପ୍ରଦେଶ ମୁରେନାର ଏ ଘଟଣା । ହରେନ୍ଦ୍ର ମୌର୍ଯ୍ୟଙ୍କର ୨ ଝିଅ ଓ ଗୋଟିଏ ପୁଅ । ମାର୍ଚ୍ଚ ୧ ତାରିଖରେ ସେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି । ହରେନ୍ଦ୍ରଙ୍କ ଆତ୍ମହତ୍ୟା ପରେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବାପକୁ ଛାଡ଼ିଲେନି ଝିଅ: ଯେଉଁଥିରେ ତାଙ୍କ ଦୁଇଝିଅ ହରେନ୍ଦ୍ରଙ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି । ୨ ଝିଅଙ୍କୁ ଏ କାମରେ ତାଙ୍କ ମା’ ସହଯୋଗ କରୁଥିବାବେଳେ ସାନ ପୁଅ ସେମାନଙ୍କୁ ରୋକିବାରୁ ଭଉଣୀମାନେ ତାକୁ ପାଟି କରିଥିଲେ ।

ସହିପାରିଲାନି ଅସହାୟ ବାପା: ହରେନ୍ଦ୍ର କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ କିନ୍ତୁ ଏ ଭିଡିଓ ଅନେକ କଥା କହୁଛି । ପଡ଼ୋଶୀଙ୍କ କହିବା ମୁତାବକ, ହରେନ୍ଦ୍ର ତାଙ୍କ ୨ ଝିଅଙ୍କ ବାହାଘର କରିବାର ନିଷ୍ପତ୍ତି ନେଇଥିଲେ । ହେଲେ ଏ କଥାକୁ ନେଇ ଘରେ କଳିଗୋଳ ହେଲା । ଯାହାପରେ ତାଙ୍କ ସ୍ତ୍ରୀ ନିଜ ବାପଘରକୁ ଚାଲିଯିବା କଥା କହିଥିଲେ ।

ଖୋଳତାଡ଼ କରୁଛି ପୋଲିସ: ଭାଇରାଲ ଭିଡିଓରେ ହରେନ୍ଦ୍ରଙ୍କ ଝିଅ ତାଙ୍କୁ ଏକ କାଠରେ ପିଟୁଥିବାବେଳେ ଆଉ ଜଣେ ଝିଅ ତାଙ୍କ ହାତ ମୋଡ଼ୁଥିବାର ଦେଖାଯାଇଛି । ଆଉ ସେମାନଙ୍କ ମା’ ହରେନ୍ଦ୍ରଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲେ ।

ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ହରେନ୍ଦ୍ରଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଘଟଣାର ସତ୍ୟାସତ୍ୟ ଜଣାପଡ଼ି ନ ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।