fbpx

ହସ୍ପିଟାଲରେ ଭର୍ତ୍ତି ହେଲେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ

Advertisement

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚାନାରୁ ପ୍ରକାଶ ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ବର୍ତ୍ତମାନ ପାକିସ୍ତାନର କାରାଚି ହସ୍ପିଟାଲରେ ସେ ଭର୍ତ୍ତି ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ତେବେ ପାକିସ୍ତାନୀ ଏଜେନ୍ସିମାନଙ୍କ ଦ୍ୱାରା ଏହି ଘଟଣାର କୌଣସି ସରକାରୀ ବିବୃତି ପ୍ରକାଶ ପାଇ ନାହିଁ । ଦାଉଦ ସେଠାରେ ଲୁଚି ରହିଥିବା ନେଇ ପାକିସ୍ତାନ ଗ୍ରହଣ କରୁନାହିଁ ।

Get real time updates directly on you device, subscribe now.