fbpx

କଏଦୀଙ୍କୁ ସାହାଯ୍ୟ କରି ବନ୍ଧା ହେଲେ ଡେପୁଟି କମିଶନର: ଡ୍ରଗ୍ସ ମୋବାଇଲ ବିକି ୬ ଜଣ ଗିରଫ

ନୂଆଦିଲ୍ଲୀ: ଗୋଇନ୍ଦୱାଲ ସାହିବ ଜେଲର ଡେପୁଟି କମିଶନର ବଲବୀର ସିଂହଙ୍କୁ ଗିରଫ କରିଛି ଅମୃତସର ଏସଟିଏଫ । ତାଙ୍କ ସହିତ ଅନ୍ୟ ୬ ଜଣ ସାଥୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଆଇନ ରକ୍ଷା କରିବା ପାଇଁ କବଚ ପିନ୍ଧି ଏହାର ଦୁରୂପଯୋଗ କରୁଥିଲେ ପୋଲିସବାବୁ । ଜେଲରେ ଥିବା କଏଦୀମାନଙ୍କୁ ଡ୍ରଗ୍ସ ଏବଂ ମୋବାଇଲ ବିକ୍ରି କରୁଥିବା ନେଇ ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଛି । ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିବା ପରେ ସେଠାରୁରିମାଣ୍ଡରେ ନେଇଛି ପୋଲିସ ।

ସୂଚନା ଅନୁଯାୟୀ, ଏହି ଡ୍ରଗ୍ସ ଏବଂ ମୋବାଇଲ ସପ୍ଲାଏ କରି ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ଜେଲର ବାବୁ । ତେବେ ମୋବାଇଲ ଏବଂ ଚାର୍ଜରର ଡିଲ ହୋଇ ସାରିଥିଲା । କିନ୍ତୁ ପଚରାଉଚରାରେ ଜେଲର ଏବଂ ସାଥୀାନଙ୍କର ଏହି କେଳେଙ୍କାରୀ ପଦାରେ ପଡିଛି । ଅଭିଯୁକ୍ତ ବଳବୀର ଏବଂ ସାଥୀ ୨ଜି ମୋବାଇଲ ପାଇଁ ୧୦ ହଜାର, ୪ଜି ପାଇଁ ୪୦ ହଜାର ଏବଂ ଚାର୍ଜର ପାଇଁ ୨ ହଜାର ନେଉଥିଲେ ଖାକି ବାବୁ । ତେବେ ଏହି ପୋଲିସବାବୁ ହେଉଛନ୍ତି ଗୋଇନ୍ଦୱାଲ ସାହିବ ଜେଲର ଡେପୁଟି କମିଶନର । କିଛଇ ଦିନ ତଳେ ଜେଲର ଜଣେ କଏଦୀ ନିକଟରୁ ବିଡି ପ୍ୟାକେଟ ଜବତ ହୋଇଥିଲା । ଏହାର ଖୁଲାସା ହେବା ପରେ ଏବେ ଡ୍ରଗ୍ସ ଏବଂ ମୋବାଇଲ ସପ୍ଲାଏକୁ ନେଇ ଆରମ୍ଭ ହୋଇଛଇ ସିଲସିଲା ।

ଅଭିଯୁକ୍ତ ବଳବୀର ସିଦ୍ଧୁ ମୁସୱେଲା ହତ୍ୟାକାଣ୍ଡରେ ସାମିଲ ପ୍ରିୟବ୍ରତ ଫୌଜୀ ଏବଂ ଅନ୍ୟ କଏଦୀମାନଙ୍କୁ ମୋବାଇଲ ଯୋଗଉଥିବା ଆଶଙ୍କା କରାଯାଉଛି । ଗତବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିଲା ଏହି ଗୋଇନ୍ଦୱାଲ ସାହିବ ହାଇଟେକ ଜେଲ । ତେବେ ଜେଲ ନିର୍ମାଣ ହେବା ପରଠୁ ପ୍ରାୟ ୭୦୦ ମୋବଇଲ ଜବତ ହୋଇସାରିଲାଣି । ତେବେ ଏଠିକାର ଗ୍ୟାଙ୍ଗଷ୍ଟର ମାନେ ଏହି ଫୋନ ଦ୍ୱାରା ହିଁ ନିଜ କଳା ଧନ୍ଦା କରିଥାନ୍ତି ବୋଲି ଜଣାଯାଇଛି ।

Get real time updates directly on you device, subscribe now.