fbpx

ନାଇଟ୍ ସିଫ୍ଟରେ କାମ କରୁଥିବା ମହିଳାମାନଙ୍କୁ ସାବଧାନ୍, ହୋଇପାରେ ସ୍ତନ କର୍କଟ! ରିସର୍ଚ୍ଚରୁ ଖୁଲାସା

ଆଜିର ଯୁଗରେ ଡିଜିଟାଲ୍ ଟେକ୍ନୋଲୋଜି ମଧ୍ୟ ମଣିଷର ଚ୍ୟାଲେଞ୍ଜକୁ ଆହୁରି ବଢ଼ାଇଦେଇଛି । ଲୋକମାନେ ନିଜ କ୍ୟାରିଅରରେ ଆଗକୁ ଯିବାକୁ କଠିନ ପରିଶ୍ରମ କରିବାରେ ଲାଗିଛନ୍ତି । ନିଜର ବେଷ୍ଟ ଦେବାକୁ ଯାଇ ଲୋକମାନେ କିଛି ବୁଝାମଣା କରୁଛନ୍ତି, ଯାହାଫଳରେ ଏବେ ନାଇଟ୍ ସିଫ୍ଟରେ କାମ କରିବାକେୁ ମଧ୍ୟ ଦ୍ୱିଧା କରୁନାହାନ୍ତି । କିନ୍ତୁ ଆପଣ ଜାଣନ୍ତି କି, ନାଇଟ୍ ସିଫ୍ଟରେ କାମ କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ନାଇଟ୍ ସିଫ୍ଟରେ କାମ କରିବା ଦ୍ୱାରା ମହିଳାମାନଙ୍କୁ ସ୍ତନ କର୍କଟ ହେବାର ଆଶଙ୍କା ରହିଥାଏ ।

ନାଇଟ୍ ସିଫ୍ଟରେ କ୍ୟାନ୍ସରର ବିପଦ:-
ଖବର ମୁତାବକ, ଯେଉଁ ମହିଳାମାନେ ଦୀର୍ଘ ସମୟ ଧରି ନାଇଟ୍ ସିଫ୍ଟରେ କାମ କରନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ବହୁଗୁଣିତ ହୁଏ । ନାଇଟ୍ ସିଫ୍ଟରେ କାମ କରିବା କାରଣରୁ ସ୍ତନ କର୍କଟ ହେବାର ଆଶଙ୍କା ବିଷୟରେ ସାରା ବିଶ୍ୱରେ ଅନେକ ପ୍ରକାରର ଗବେଷଣା କରାଯାଇଛି । ୱାଶିଂଟନ୍ ଷ୍ଟେଟ୍ ୟୁନିଭରସିଟି ଦ୍ୱାରା କରାଯାଇଥିବା ରିସର୍ଚ୍ଚରେ ଏହାର ଖୁଲାସା ହୋଇଛି । ଏହି ରିସର୍ଚ୍ଚରୁ ଜଣାପଡିଛି ଯେ, ନାଇଟ୍ ସିଫ୍ଟରେ କାମ କରୁଥିବା କର୍ମଚାରୀଙ୍କଠାରେ ସ୍କିନ୍ କ୍ୟାନ୍ସର ସହିତ ଲଙ୍ଗ କ୍ୟାନ୍ସର ଓ ବ୍ରେଷ୍ଟ କ୍ୟାନ୍ସର ହେବାର ବିପଦ ରହିଛି ।

ନାଇଟ୍ ସିଫ୍ଟ ଏବଂ ବ୍ରେଷ୍ଟ କ୍ୟାନ୍ସ ମଧ୍ୟରେ କ’ଣ ସମ୍ପର୍କ ?
ଯେତେବେଳେ ଆପଣ ରାତିରେ କାମ କରନ୍ତି, ସେତେବେଳେ ଆପଣ ଲାଇଟର ସମ୍ପର୍କରେ ଆସନ୍ତି । ଏହା ଆପଣଙ୍କର ସର୍କାଡିୟନ୍ ରିଦମରେ ବ୍ୟାଘାତ ସୃଷ୍ଟି କରେ । ଏହା ଆପଣଙ୍କ ଶରୀରରେ ପ୍ରୋଲାକ୍ଟିନ୍, ଗ୍ଲୁକୋକୋର୍ଟିକଏଡ୍, ଆଡ୍ରେନୋକୋର୍ଟିକୋଟ୍ରୋପିକ୍ ହରମୋନ୍, ସେରୋଟୋନିନ୍ ଏବଂ ମେଲାଟୋନିନ୍ ସହିତ ଅନେକ ହରମୋନ୍ ପ୍ରବାହକୁ ମଧ୍ୟ ପ୍ରଭାବିତ କରିଥାଏ । କ୍ରମାଗତ ରାତିର ଶିଫ୍ଟ ଶରୀରରେ ମେଲାଟୋନିନର ସିନ୍ଥେସିସରେ ବାଧା ସୃଷ୍ଟି ଆସିିଥାଏ, ଯାହା ଇଷ୍ଟ୍ରୋଜେନ୍ ସ୍ତର ବୃଦ୍ଧି କରିଥାଏ । ଏହି କାରଣ ଯୋଗୁଁ ସ୍ତନ କର୍କଟ ହେବାର ଆଶଙ୍କା ବଢ଼ିଯାଇଥାଏ ।

ଏହା ମଧ୍ୟ ଏକ କାରଣ :-
ଏହା ସହ ରାତିରେ କାମ କରୁଥିବା ମହିଳାମାନେ ଚାପରୁ ମୁକ୍ତି ପାଇବା ପାଇଁ ଧୂମପାନ ଆରମ୍ଭ କରନ୍ତି । ଏଥିପାଇଁ ସ୍ତନ କର୍କଟ ହେବାର ଆଶଙ୍କା ଆହୁରି ବଢ଼ିଥାଏ । ସ୍ତନ କର୍କଟରୁ ରକ୍ଷା ପାଇବାକୁ ଚାହୁଁଥିଲେ ନାଇଟ୍ ସିଫ୍ଟରେ କାମ କରିବା ଠାରୁ ଦୂରେଇ ରୁହନ୍ତୁ । ଯଦି ରାତିରେ କାମ କରିବା ଆବଶ୍ୟକ ହୁଏ, ତେବେ ଦିନରେ ଅତି କମରେ ୭-୮ ଘଣ୍ଟା ଶୋଇବା ଉଚିତ୍ । ଏହା ସହିତ ଆପଣ ସୁସ୍ଥ ଭୋଜନ କରିବା ମଧ୍ୟ ଉଚିତ୍ ।

Get real time updates directly on you device, subscribe now.