fbpx

ଭାଗ୍ୟ ହେବ ତ ଏମିତି! ଦିନ ୨ ଟାରେ ବ୍ୟାଙ୍କ ଦେଲା ଲୋନ୍ ନୋଟିସ, ଅପରାହ୍ନ ୩.୩୦ ରେ ଜିତିଲେ ୭୦ ଲକ୍ଷର ଲଟେରୀ

ନୂଆଦିଲ୍ଲୀ: କେରଳରେ ଜଣେ ବ୍ୟକ୍ତି ୭୦ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି। ଏହା ପୁଣି ଏପରି ସମୟରେ ଯେଉଁ ସମୟରେ ତାଙ୍କୁ ଭାଗ୍ୟର ସାଥ୍ ନିହାତି ଆବଶ୍ୟକ ଥିଲା। ଏହି ମାମଲା କୋଲାମ ଜିଲ୍ଲାର ମେନାଗାପାଲ୍ଲୀ ଅଟେ। ଏହି ବ୍ୟକ୍ତି ଜଣକ ଏହି ଦିନକୁ ଆଦୌ ଭୁଲିବେ ନାହିଁ। ମାଛ ବିକ୍ରି କରି ପରିବାର ପୋଷୁଥିବା ପୁକୁଞ୍ଜୁ ଧାର କରଜରେ ବୁଡ଼ି ରହିଥିଲେ। କିନ୍ତୁ ତାଙ୍କର ଭାଗ୍ୟ ବଳରେ ସବୁକିଛି ମାତ୍ର କେଇ ଘଣ୍ଟା ମଧ୍ୟରେ ବଦଳି ଯାଇଥିଲା ଏବଂ ତାଙ୍କର ସମସ୍ୟା ଶେଷ ହୋଇଯାଇଥିଲା।

ନ୍ୟୂ ଇଣ୍ଡିଆନ୍ସ ରିପୋର୍ଟ ଅନୁଯାୟୀ ପୁକୁଞ୍ଜୁଙ୍କୁ ଦିନ ୨ଟା ସମୟରେ ବ୍ୟାଙ୍କ ତାଙ୍କର ପୁରୁଣା ଋଣ ସୁଝିବାକୁ ନୋଟିସ ଦେଇଥିଲା। ୮ବର୍ଷ ତଳେ ପୁକୁଞ୍ଜୁ ଏକ ଗର ନିର୍ମାଣ କରିବା ପାଇଁ ୭.୪୫ ଲକ୍ଷ ଟଙ୍କାର ଋଣ ଆଣିଥିଲେ। ଯାହା ବର୍ତ୍ତମାନ ୧୨ ଲକ୍ଷ ଟଙ୍କା ହୋଇ ରହିଛି, ଯାହାକୁ ସେ ସୁଝି ପାରୁ ନଥିଲେ। ଆଉ ଏଥିପାଇଁ ସେ ଖୁବ୍ ଚିନ୍ତିତ ଥିଲେ। ତେବେ ପ୍ରାୟ ଦେଢ଼ ଘଣ୍ଟା ପରେ ତାଙ୍କ ଭାଇର ଏକ ଫୋନ୍ ଅସିଥିଲା, ଯାହା ତାଙ୍କର ଜୀବନ ବଦଳାଇ ଦେଇଥିଲା। ଏକ ଲଟେରୀ କାର୍ଯ୍ୟକ୍ରମରେ ଭାଗ୍ୟଶାଳି ବିଜେତା ଭାବରେ ସେ ସର୍ବୋଚ୍ଚ ପୁରସ୍କାର ୭୦ ଲକ୍ଷ ଟଙ୍କା ଜିତିଥିଲେ।

ତେବେ ପୁକୁଞ୍ଜୁଙ୍କ ପିତା ୟୁସୁଫ୍ କୁଞ୍ଜୁ ସବୁବେଳେ ଲଟେରୀ କିଣିଥାନ୍ତି। ପୁକୁଞ୍ଜୁ କେବେ ଲଟେରୀ କିଣି ନଥାନ୍ତି। କିନ୍ତୁ ମଙ୍ଗଳବାର ମାର୍କେଟରୁ ସେ ଏକ ଲଟେରୀ କିଣିଥିଲେ, ଯାହା ତାଙ୍କର ଭାଗ୍ୟକୁ ବଦଳାଇ ଦେଇଛି। ଏହି ଖବର ପାଇବା ପରେ ପୁକୁଞ୍ଜୁଙ୍କ ପରିବାରରେ ଏବେ ଖୁସିର ଲହରୀ ଖେଳି ଯାଇଛି ।

Get real time updates directly on you device, subscribe now.