fbpx

ଦୀପାବଳିରେ ଆଣନ୍ତୁ ନାହିଁ ମହାଲକ୍ଷ୍ମୀଙ୍କ ଏମିତି ଫଟୋ: ସମ୍ପତ୍ତି ଚାଲିଯିବା ସହ ହୋଇପାରେ ଅନିଷ୍ଟ

ଦୀପାବଳିରେ ଧନର ଦେବୀ ମା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀଗଣେଶଙ୍କୁ ପୂଜା କରାଯିବାର ବିଧି ରହିଛି । ଏଥିପାଇଁ କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଯାଏ ପୂଜା ପ୍ରସ୍ତୁତି । କାର୍ତ୍ତିକ ମାସରେ ମା ଲକ୍ଷ୍ମୀଙ୍କ ପୂଜାକୁ ନେଇ ଅନେକ ମହତ୍ତ୍ୱ ରହିଛି । ଏହି ମାସରେ ହୋଇଥିବା ବିଧି ବିଧାନରେ ମା’ଲକ୍ଷ୍ମୀ ଜଲଦି ପ୍ରସନ୍ନ ହୁଅନ୍ତି । ତେବେ ଚଳିତବର୍ଷ ଦୀପାବଳି ଅକ୍ଟେବର ୨୪ ତାରିଖରେ ପାଳନ କରାଯିବ । ତେବେ ଏହି ପୂଜା ସମୟରେ ଭୁଲରେ ମଧ୍ୟ ଏପରି କାମ କରନ୍ତୁ ନାହିଁ, ଯେଉଁଥିରେ ମା ଲକ୍ଷ୍ମୀ ରୋଷ କରିବେ ।

ଜ୍ୟେତିଶ ଶାସ୍ତ୍ର ଅନୁସାରେ, ଦୀପାବଳିରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି କିଣିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ମା ଲକ୍ଷ୍ମୀଙ୍କର ଏକ ମୁଦ୍ରା ବରଦ ବା ଆଶୀର୍ବାଦ ଦେଉଥିବା ମୂର୍ତ୍ତି ହିଁ କିଣିବା ଆବଶ୍ୟକ । ଘରେ ଏମିତି ମୂର୍ତ୍ତିକ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପାରୁ ସକରାତ୍ମକ ମାହୋଲ ସୃଷ୍ଟି ହୋଇଥାଏ ।

ମା ଲକ୍ଷ୍ମୀଙ୍କ ଏହି ଫଟୋ ଲଗାଇବା ଦ୍ୱାରା ଘରେ ଏବଂ ପରିବାରରେ ସକରାତ୍ମକ ଚିନ୍ତାଧାରା ଆସିଥାଏ । ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ପରିବାରର ସମସ୍ତ ସଦସ୍ୟଙ୍କ ଉପରେ ରହିଥାଏ । ସେହିପରି ବାସ୍ତୁ ଏବଂ ଜ୍ଞାନୀ ଲୋକଙ୍କ କହିବା ଅନୁସାରେ, ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଫଟୋ ରଖିବା ମଧ୍ୟ ଶୁଭ ହୋଇଥାଏ । ମା ଲକ୍ଷ୍ମୀଙ୍କ ହାତରୁ ଧନବର୍ଷା ହେଉଥିବା ଫଟୋକୁ ମଧ୍ୟ ଶୁଭ ବୋଲି କୁହାଯାଏ । ଏହି ଫଟୋ ଘରକୁ ଆଣିବା ଦ୍ୱାରା ଧନଦାତ୍ରୀଙ୍କ କୃପା ବରଷିଥାଏ । ତେବେ ମାତା ଲକ୍ଷ୍ମୀଙ୍କ ନିକଟରେ ବାହନ ପେଚା ମଧ୍ୟ ରହିବା ଆବଶ୍ୟକ ।

କିନ୍ତୁ ଭୁଲରେ ମଧ୍ୟ ମା ଲକ୍ଷ୍ମୀଙ୍କର ଭୟଙ୍କର ରୂପରେ କୌଣସି ଫଟୋ ବା ମୂର୍ତ୍ତିକୁ ଘରକୁ ଆଣନ୍ତୁ ନାହିଁ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଅସୁରଙ୍କୁ ସଂହାର କରୁଥିବା ରୂପରେ ମଧ୍ୟ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଲଗାଇବା ଅଶୁଭ ବୋଲି କୁହାଯାଏ । ଏଭଳି ଫଟୋ ଘରେ ନକରାତ୍ମକ ଭାବନା ଆଣିଥାଏ ।

Get real time updates directly on you device, subscribe now.