fbpx

ହଟିବ ୱିକେଣ୍ଡ କର୍ଫ୍ୟୁ; ରାଜଧାନୀବାସୀଙ୍କ କ’ଣ ରହିବ ନୂଆ କରୋନା ଗାଇଡଲାଇନ୍, ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିକର ଖବର । ହ୍ରାସ ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି । ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଡିଡିଏମଏ ବୈଠକରେ ୱିକେଣ୍ଡ କର୍ଫ୍ୟୁକୁ ହଟାଇବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବଜାରରେ ଦୋକାନଗୁଡିକରେ ଲଗାଯାଇଥିବା ଅର୍ଡ ଇଭିନ୍ ନିୟମ ହଟାଇ ଦିଆଯିବ । କିନ୍ତୁ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏହାର ଔପଚାରିକା ଘୋଷଣା ହେବା ବାକି ରହିଛି । ଏହା ସହିତ ଦିଲ୍ଲୀରେ ଭିତରେ ୫୦% କ୍ଷମତା ସହିତ ସିନେମା ହଲ୍ ଖୋଲିବାକୁ ବୈଠକରେ ଅନୁମତି ଦିଆଯାଇଛି । ବିବାହ ଉତ୍ସବରେ ବି ୨୦୦ ଲୋକଙ୍କୁ ସାମିଲ ହେବା ଉପରେ ଛାଡ଼ ମିଳିପାରେ ।

ଏହା ବ୍ୟତୀତ ଦିଲ୍ଲୀ ସରକାରୀ ଅଫିସଗୁଡିକ ବି ୫୦% କ୍ଷମତା ସହିତ ଖୋଲିବ । କିନ୍ତୁ ଶିକ୍ଷାନୁଷ୍ଠାନ ଓ ସ୍କୁଲ ଏବେବି ବନ୍ଦ ରହିବ । ସ୍କୁଲ ଖୋଲିବାକୁ ନେଇ ନିଷ୍ପତ୍ତି ଆଗାମୀ ବୈଠକରେ ନିଆଯିବ । ଏହା ସହ ରେଷ୍ଟୁରାଣ୍ଟ ଓ ବାର ବି ୫୦% କ୍ଷମତା ସହିତ ଖୋଲିବ । ତେବେ ଦିଲ୍ଲୀରେ ଲଗାତାର ଭାବେ କରେ।।ନ ସଂକ୍ରମଣ କମିବାରେ ଲାଗିଛି । ଆଜି ୫ ହଜାର ନୂଆ ମାମଲା ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ଏହଳ ପୂର୍ବରୁ ବୁଧବାର ଦିନ ୭ ହଜାର ୪୯୮ ମାମଲା ଚିହ୍ଟ ହୋଇଥିଲା ।

Get real time updates directly on you device, subscribe now.