fbpx

ଉଦ୍ଧାର ହେଲା ମହିଳାଙ୍କ ମୃତ ଦେହ, ବାସନ ମାଜିବା ସମୟରେ ନଦୀ ଭିତରକୁ ଟାଣି ନେଇଥିଲା କୁମ୍ଭୀର

ରାଜନଗର: ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ହେଉଛି ମଞ୍ଜୁଲତା ଭଞ୍ଜ । ବନବିଭାଗ କର୍ମଚାରୀଙ୍କ ଦ୍ୱାରା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ସୋମବାର କେନ୍ଦ୍ରାପଡ଼ା ପଟାମୁଣ୍ଡେଇ ବ୍ଲକ୍ ଅନ୍ତର୍ଗତ ଅଳପୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବ୍ରାହ୍ମଣୀ ନଦୀ ତୁଠରେ ବାସନ ମାଜିବା ସମୟରେ ଜଣେ ମହିଳାଙ୍କୁ ନଦୀ ଭିତରୁକୁ ଟାଣି ନେଇଥିଲା କୁମ୍ଭୀର । ଖବର ପାଇ ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ । ବ୍ୟାପକ ଖୋଜାଖୋଜି ପରେ ମଧ୍ୟ ମହିଳାଙ୍କ କିଛି ପତ୍ତା ମିଳିପାରି ନଥିଲା ।

Get real time updates directly on you device, subscribe now.