ଯୁବକଙ୍କୁ ମାରି ଫିଙ୍ଗିଦେଲେ

ଫୁଲବାଣୀ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀର ଫିରିଙ୍ଗିଆ ଥାନା ଅନ୍ତର୍ଗତ ବଇରିଗୁମ୍ଫା ଗାଁ ସ୍କୁଲ ନିକଟରେ।

ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ସ୍କୁଲ ନିକଟରୁ ଉଦ୍ଧାର କରାଯାଇଥିବାବେଳେ ମୃତକ ନୂଆପଦର ପଞ୍ଚାୟତ ଜାର୍ଗିପଡ଼ାର ବୋଲି କୁହାଯାଉଛି।

ଏହି ଘଟଣା ହତ୍ୟା କି ଆତ୍ମହତ୍ୟା କିଛି ଜଣା ପଡ଼ିନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଯେ, ତାଙ୍କୁ କିଏ ହତ୍ୟା କରିଛି।              ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏବେ ଏହି ଘଟଣାର ତଦନ୍ତ କରୁଛି।