fbpx

‘ଶବଦାହର ଧୂଆଁରେ ବ୍ୟାପିବ କରୋନା, ଅନ୍ତିମ ସଂସ୍କାର କର ନାହିଁ’- ଏମିତି କହି ମୃତଦେହକୁ ଫେରାଇ ଦେଲେ

Advertisement

ଯୋଧପୁର, ୧୨ା୫: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଦିନକୁ ଦିନ ଅଜବ ପ୍ରକାର ଘଟଣା ଦେଖିବାକୁ ମିଳୁଛି । ରାଜସ୍ଥାନରେ ଜଣେ କରୋନା ମୃତକଙ୍କ ଶବକୁ ଦାହ କରିବାକୁ ଦିଆଯାଇ ନାହିଁ । ଅନ୍ତିମ ସଂସ୍କାର ବେଳେ ନିର୍ଗତ ଧୂଆଁରେ କରୋନା ବ୍ୟାପିବ ବୋଲି ଶବଦାହ ବନ୍ଦ କରିଦିଆଯାଇଛି । ମୃତ ବ୍ୟକ୍ତି ଜଣକ କୋଭିଡ୍ ପଜିଟିଭ୍ ଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଏପରି କରାଯାଇଥିବା ସୂଚନା ମିଳିଛି ।

ମାମଲାଟି ଯୋଧପୁର ସହରର ନୟାପୁରା ଅଞ୍ଚଳରେ ଘଟିଛି । ତିଲୋକଚାନ୍ଦ ସୋନୀ ନାମକ ଜଣେ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହେବାର ୪ ଦିନ ପରେ କରୋନାରେ ମୃତ୍ୟୁବରଣ କରିଥିଲେ । କୋଭିଡ ପ୍ରୋଟକଲ ଅନୁସାରେ ତିଲୋକଚାନ୍ଦଙ୍କ ଶବକୁ ଏକ ସାର୍ବଜନିକ ସ୍ୱର୍ଗାଶ୍ରମକୁ ନିଆଯାଇଥିଲା । ମାତ୍ର ଆମ୍ବୁଲାନ୍ସରୁ ଶବ କାଢ଼ିବା ପୂର୍ବରୁ କିଛି ଲୋକ ଏହାକୁ ବିରୋଧ କରିଥିଲେ । ଲୋକମାନେ କହିଥିଲେ- ‘ଅନ୍ତିମ ସଂସ୍କାର କରନ୍ତୁ ନାହିଁ, ଆମର ଘର ଏଇ ପାଖରେ । ଶବଦାହର ଧୂଆଁରେ କରୋନା ଭାଇରସ ଚାରିଆଡ଼େ ବ୍ୟାପିଯିବ ।’ ମୃତକଙ୍କ ପରିବାର ଲୋକେ ସେମାନଙ୍କୁ ବୁଝାଇବାକୁ ଯାଇ ବିଫଳ ହୋଇଥିଲେ । ଫଳରେ ପରିବାର ବର୍ଗ ଶବକୁ ୧୦ କିମି ଦୂର ଅନ୍ୟ ସ୍ଥାନରେ ଅନ୍ତିମ ସଂସ୍କାର କରିବାକୁ ବାଧ୍ୟ ହୋଇଥିଲେ ।

Get real time updates directly on you device, subscribe now.