fbpx

କରୋନା ଭାଇରସ୍: ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୫ା୪: କରୋନା ଭାଇରସ୍ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବରେ ଦେଶରେ ୨୪ଘଣ୍ଟାରେ ୩୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ୨୪ଘଣ୍ଟାରେ ୧,୧୧୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ୩୯୨କୁ ବୃଦ୍ଧି ପାଇଥିବା ବେଳେ ୧୧ହଜାର ୯୩୩ ପଜିଟିଭ୍ କେସ୍ ରହିଛି । ସେମାନଙ୍କ ମଧ୍ୟରୁ ୧ହଜାର ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ହଜାର ୧୯୭ଜଣ ଚିକିତ୍ସାଧୀନ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୭୮ମୃତ ଓ ୨୬୮୭ କରୋନା ଆକ୍ରାନ୍ତ ରହିଛନ୍ତି । ସେହିପରି ମଧ୍ୟପ୍ରଦେଶରେ ୫୩, ଦିଲ୍ଲୀ ଓ ଗୁଜରାଟରେ ୩୦ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.