fbpx

୪୮ଘଣ୍ଟା ମଧ୍ୟରେ ଦେବେନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କଲା ପୁଲିସ: ୩ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ୍‌

Advertisement

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ) : ଗୋବିନ୍ଦପୁର ଥାନା ଅଧିନସ୍ଥ ନୂଆଗାଁ ଠାରେ ଗତ ୨୨ତାରିଖ ଦିନ ଦେବେନ୍ଦ୍ର ବେହେରା ହତ୍ୟାକାଣ୍ଡର ୪୮ଘଣ୍ଟା ମଧ୍ୟରେ ଗୋବିନ୍ଦପୁର ପୋଲିସ୍‌ ପର୍ଦ୍ଦାଫାସ୍‌ କରିଛି । ଏହି ଘଟଣାରେ ପୋଲିସ୍‌ ୩ଜଣ ଅଟକ ରଖିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ । ସେମାନେ ଦୋଷ ସ୍ୱୀକାର କରିବା ପରେ ପୋଲିସ୍‌ ଘଟଣା ସ୍ଥଳରେ ୩ଜଣ ବ୍ୟକ୍ତିଙ୍କୁ ନେଇ ହତ୍ୟାକାଣ୍ଡ କିଭଳି କରାଯାଇଥିଲା ଅଭିଯୁକ୍ତ ମାନେ ଦର୍ଶାଇଥିଲେ । ଏହାପରେ ଗୋବିନ୍ଦପୁର ପୋଲିସ ସେମାନଙ୍କୁ ଗିରଫ୍‌ ଦର୍ଶାଇ କୋର୍ଟଚାଲାଣ କରିଛି ।

ଗୋବିନ୍ଦପୁର ପୋଲିସ୍‌ ପୂର୍ବରୁ କେସ୍‌ ନଂ. ୧୦୩/ ୨୦୨୨ରେ ମାମଲା ରୁଜୁକରି ତଦନ୍ତ କରିଥିଲା । ଅଭିଯୁକ୍ତ ମାନେ ହେଲେ ପ୍ରଶାନ୍ତ ଜେନା ଓରଫ ପଶା, ବିଶ୍ୱଜିତ୍‌ ମଲ୍ଲିକ୍‌ ଓରଫ କାଳିଆ, ପ୍ରେମାନନ୍ଦ ଭୋଇ ଓରଫ୍‌ ବାଘ ଏଥି ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଜବତ୍‌ କରିଛି । ଏ ସମ୍ପର୍କରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସଦର ଏସ୍‌ଡିିଓ ସୁବାଷ ଚନ୍ଦ୍ର ପଣ୍ଡା ଘଟଣାଟିର ଖୁଲାସା କରିଛନ୍ତ । ଅଭିଯୁକ୍ତ ମାନେ ନୂଆଗାଁ ଛକରେ ଏକାଠି ବସି ମଦ୍ୟପାନ କରୁଥିବା ସମୟରେ ମୃତ ଦେବେନ୍ଦ୍ର ବେହେରା କାମରୁ ଫେରି ସେହି ବାଟଦେଇ ଯାଉଥିଲେ । ଅଭିଯୁକ୍ତ ମାନେ ପ୍ରଥମେ ଦେବେନ୍ଦ୍ରକୁ ଅଟକାଇ ଯୁକ୍ତି ତର୍କ କରିବା ସହ ଓଟାରି ଓରାଟି ନିକଟରେ ଥିବା ପରିତ୍ୟକ୍ତ କଳଘର ନିକଟକୁ ନେଇଥିଲେ । ପ୍ରଥମେ କାଳିଆ ଓ ବାଘ ଦେବେନ୍ଦ୍ରର ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ । ପରେ ମଦବୋତଲ ଭାଙ୍ଗି ଆକ୍ରମଣ କରିଥିଲେ । ପଶା ଧାରୁଆ ·ପୁଡ଼ାରେ ଦେବେନ୍ଦ୍ରର ବେକକୁ ହାଣିଥିଲେ ।

ଘଟଣାସ୍ଥଳରେ ଦେବେନ୍ଦ୍ରର ମୃତ୍ୟୁ ହୋଇଥିଲା । ପୋଲିସ୍‌ର ଏଭଳି ସଫଳତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ତଦନ୍ତରେ ଗୋବିନ୍ଦପୁର ଥାନା ଆଇଆଇସି ଅନାମ ଚରଣ ନାୟକ ଏସ୍‌ଆଇ ଶୁଶାନ୍ତ କୁମାର ଖୁଣ୍ଟିଆ, ଏଏସ୍‌ଆଇ ଆଲୋକ କୁମାର ଷଢ଼ଙ୍ଗୀ, ଏଏସ୍‌ଆଇ ଦୁର୍ଯ୍ୟୋଧନ ସେଠୀ ତଦନ୍ତ କରୁଥିଲେ ।

Get real time updates directly on you device, subscribe now.