fbpx

ଦେବଗଡ଼, କେନ୍ଦୁଝର, ଓ ମୟୂରଭଞ୍ଜ ମାଟି ତଳେ ରହିଛି ସୁନା ପଥର

ଭୁବନେଶ୍ୱର : ଆମ ଦେଶରେ ଅନେକ ଖଣି ଗଚ୍ଛିତ ହୋଇ ରହିଛି । ପ୍ରଥମେ ଜମ୍ମୁରେ ଲିଥିୟମ ଖଣି ବାହାରିବା ପରେ ଏବେ ଓଡ଼ିଶା ମାଟିରେ ସୁନା ଖଣି ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶାର ତିନୋଟି ଜିଲ୍ଲାରେ ସୁନା ଖଣି ର ସନ୍ଧାନ ମିଳିଛି ବୋଲି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବିଧାନସଭାର ପ୍ରଶ୍ନକାଳରେ ଲିଖିତ ଆକାରରେ ଉତ୍ତର ରଖିଛନ୍ତି ।

ଓଡିଶାର କୌଣସି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି କି? ଆଉ ଯଦି ମିଳିଛି, ତାର ସବିଶେଷ ବିବରଣୀ ରଖିବାକୁ ବିଧାୟକ ସୁଧୀର ସାମଲ କହିଥିଲେ । ଏହାର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ଯେ, ଓଡ଼ିଶାର ୩ ଜିଲ୍ଲା ଦେବଗଡ଼, କେନ୍ଦୁଝର, ଓ ମୟୂରଭଞ୍ଜର ମାଟି ତଳେ ସୁନା ଖଣି ରହିଛି।

ଦେବଗଡ଼ ଜିଲ୍ଲାର ଅଡ଼ାସ , କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶବଳା, ଅଡ଼ାଳ, ତେଲକୋଇର ସଳେଇକନା, ଡିମିରିମୁଣ୍ଡା, କରଡଙ୍ଗା ଓ ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁାଁସି, ଇଡେଳକୁଚା, ମାରେଡିହି, ସୁଲେଇପଟ ଓ ବାଦାମ ପାହାଡ଼ ଅଞ୍ଚଳରେ ସୁନାପଥର ରହିଛି ବୋଲି ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଜିଏସଆଇର ଅନୁସନ୍ଧାନରୁ ଜଣାପଡ଼ିଛି।

 

Get real time updates directly on you device, subscribe now.