fbpx

ଗଭୀର-ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର: ତୀବ୍ର ଗତିରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଥିବା ସାମ୍ଭାବ୍ୟ ବାତ୍ୟା ଗଭୀର-ଅବପାତ ରେ ପରିଣତ ହୋଇଛି । ଆସନ୍ତା କାଲି ସକାଳ ସୁଦ୍ଧା ଏହା ବାତ୍ୟା ଏବଂ ସନ୍ଧ୍ୟା ସୁଦ୍ଧା ଭୀଷଣବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି । ବର୍ତମାନ ଏହା ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର ଭୂବନେଶ୍ୱର ।

ତେବେ ଉହି ଗଭିର ଅବପାତଟି ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି । ଏହା ପରବର୍ତ୍ତୀ ସମୟରେ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ବଜାୟ ରଖିବା ସହ ୧୦ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ପଶ୍ୱର୍ବର୍ତ୍ତୀ ଉତ୍ତର-ଆନ୍ଦ୍ର ଏବଂ ଓଡ଼ିଶା ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୁର୍ବ ଦିଗରେ ଗତି କରିବା ସହ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳ ମୁହାଁ ହେବ ।

ଏହାର ପ୍ରଭାବରେ ୧୦ ତାରିଖ ସନ୍ଧ୍ୟା ପରଠାରୁ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗଞ୍ଜାମ,ଗଜପତି ଏବଂ ପୁରୀ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

 

 

 

Get real time updates directly on you device, subscribe now.