fbpx

(Video) ଗଭୀର ସମୁଦ୍ରରେ ‘ଦ୍ୱାରକା ନଗରୀ’ର ପୂଜାର୍ଚ୍ଚନା: ପାଣି ଭିତରେ ଆରାଧନା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆରବ ସାଗରର ଗଭୀର ଜଳରାଶି ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀକୁ ପୂଜାର୍ଚ୍ଚନା କରିଛନ୍ତି ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମୁଦ୍ର ଭିତରେ ପୂଜା କରୁଥିବାର ଫଟୋ ଏବଂ ଭିଡିଓ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଅପଲୋଡ ମଧ୍ୟ କରିଛନ୍ତି । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ସ୍କୁବା ଗିଅରରେ ପାଣି ଭିତରକୁ ଯାଇ ଐତିହାସିକ ନଗରୀକୁ ପୂଜାର୍ଚ୍ଚନା କରୁଥିବାର ଦେଖାଯାଇଛି । ମୋଦୀଙ୍କ ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁର ଚନ୍ଦ୍ରିକା ଅର୍ପଣ କରି ଏହି ପବିତ୍ର ନଗରୀକୁ ଧ୍ୟାନ କରିଛନ୍ତି ପିଏମ ମୋଦୀ । ଏହି ମୁହୂର୍ତ୍ତ ବିଷୟରେ ମୋଦୀ ଲେଖିଛନ୍ତି ଯେ, ଜଳ ସମାଧୀ ନେଇଥିବା ଦ୍ୱାରକା ସହରରେ ପୂଜା କରିବା ସମୟରେ ଏକ ଭକ୍ତିପୂର୍ଣ୍ଣ ଭାବନା ଜାଗ୍ରତ ହୋଇଥିଲା । ମୁଁ ଆଧ୍ୟାତ୍ମିକ ମହାନତା ଏବଂ ସମୟହୀନ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ ନିଜ ପୋଷ୍ଟରେ ଲେଖିଛନ୍ତି। ” ହିନ୍ଦୁ ଦେବତା ପ୍ରଭୁ ଶ୍ରୀକୃଷ୍ଣଙ୍କ ରାଜ୍ୟ ଭାବରେ ଦ୍ୱାରକା ସହର ଜଣାଯାଏ । ଏହି ସହର ଦିନେ ସାଂସ୍କୃତିକ ତଥା ଆଧ୍ୟାତ୍ମିକ ସହର ଭାବରେ ମଧ୍ୟ ପରିଚିତ ଥିଲା । କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ପରେ ଏହି ନଗରୀ ସମୁଦ୍ରରେ ଲୀନ ହୋଇଯାଇଛି ବୋଲି ବିଶ୍ୱାସ ରହିଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ସର୍ବବୃହତ୍ ଝୁଲା ପୋଲ ‘ସୁଦର୍ଶନ ସେତୁ’ର ଉଦଘାଟନ କରିଛନ୍ତି । ଏହା ଆରବ ସାଗର ଉପରେ ଦ୍ୱାରକା-ଓଖା(୨.୩୨ କିଲୋମିଟର) ସହରକୁ ସଂଯୋଗ କରିଛି । ସହରରେ ୪୧୫୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପଦକ୍ଷେପ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.