fbpx

ରଣବୀର କପୁରଙ୍କୁ କଣ୍ଡୋମ ଦେବାକୁ ଚାହୁଁଥିଲେ ଦୀପିକା, ବଦଳରେ ଏପରି କହିଥିଲେ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ନିଜ ବ୍ୟକ୍ତଗତ ରିଲେସନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ବଲିଉଡ ଜଗତର ଅନେକ ଅଭିନେତ୍ରୀଙ୍କୁ ଡେଟ୍ କରିଛନ୍ତି, ଯେଉଁଥିରେ ଦାପିକା ପାଦୁକୋନଙ୍କ ନାଁ ମଧ୍ୟ ସାମିଲ ରହିଛି । ରଣବୀରଙ୍କ ପ୍ରେମରେ ଦୀପିକା ଏତେ ପାଗଳ ଥିଲେ ଯେ, ସେ ନିଜ ବେକରେ ଅଭିନେତାଙ୍କ ନାଁ ଟାଟୁ କରିଥିଲେ । କିନ୍ତୁ ସମୟ ସହିତ ସେମାନଙ୍କ ସମ୍ପର୍କ ଭାଙ୍ଗିଗଲା ଓ ସେ ଦୁହେଁ ଅଲଗା ହୋଇଗଲେ ।

ରଣବୀର କପୁର ଓ ଦୀପିକା ପାଦୁକୋନ ଏବେ ଦୁନିଆ ଆଗରେ ଭଲ ବନ୍ଧୁ ଭାବେ ଆସୁଛନ୍ତି । କିନ୍ତୁ ଯେବେ ଦୁହିଁଙ୍କ ବ୍ରେକଅପ୍ ହୋଇଥିଲା, ସେବେ ଦୁହେଁ ପରସ୍ପରଙ୍କଠାରୁ ଦୂରତା ରଖୁଥିଲେ । ବ୍ରେକଅପ ପରେ ଦୁହେଁ ମିଡିଆ ଆଗରେ ଆସି ପରସ୍ପର ବିଷୟରେ ବହୁତ କିଛି କହିଥିଲେ ।

ତେବେ ରଣବୀରଙ୍କ ସହ ବ୍ରେକଅପ ପରେ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା ପାଦୁକୋନ୍ । କିଛି ସମୟ ପରେ ରଣବୀର କପୁର ନିଜ ଭଉଣୀ କରୀନା କପୁର ଖାନଙ୍କ ସହ କରଣ ଜୋହରଙ୍କ ସୋ’କୁ ଆସିଥିଲେ । ସେଠାରେ ରାପିଡ ରାଉଣ୍ଡ ସମସୟରେ ଦୀପିକାଙ୍କୁ ଅତି ‘ମିନ୍’ ଝିଅ ବୋଲି ରଣବୀର କହିଛନ୍ତି । ସେହିପରି ଦାପିକା ତାଙ୍କୁ କଣ୍ଡୋମ ଉପହାରରେ ଦେବାକୁ କହିଥିଲେ ଓ ଏଥିରେ ତାଙ୍କୁ ସୋନମ କପୁର ସମର୍ଥନ କରିଥିଲେ । ଏହି ଘଟଣାକୁ ନେଇ ରଣବୀର ଦୀପିକାଙ୍କୁ ସବୁଠାରୁ ‘ମିନ୍’ ଗାର୍ଲ ବୋଲି କହିଥିଲେ । ଏହା ସହ ତାଙ୍କର ଦ୍ୱିତୀୟ ନମ୍ବରରେ ସୋନମ କପୁରଙ୍କ ନାଁ ରହିଥିଲା ।

Get real time updates directly on you device, subscribe now.