ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କହିଲେ ତୁମେ ଆମ ଦେଶର ନାଁକୁ…

ନୂଆଦିଲ୍ଲୀ,୧୫ା୭: ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS)ରେ Axiom-4 ମିଶନକୁ ସଫଳତାର ସହ ଶେଷ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି, ତୁମେ ଆମ ଦେଶର ନାଁକୁ ଶୀର୍ଷରେ ପହଞ୍ଚାଇଛ । ପ୍ରତିରକ୍ଷା ମନ୍ତ୍ରୀ ଶୁଭାଂଶୁଙ୍କ ପିତା ଏସଡି ଶୁକ୍ଳାଙ୍କ ସହ ଫୋନ୍ ଯୋଗେ କଥା ହୋଇ ତାଙ୍କ ସମଗ୍ର ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି। ରାଜନାଥ କହିଛନ୍ତି ଯେ ‘ଏହି ମିଶନ କେବଳ ଶୁଭାଂଶୁଙ୍କ ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଭାରତର ବଢ଼ୁଥିବା ମହାକାଶ ମହତ୍ତ୍ୱାକାଂକ୍ଷାର ପ୍ରତୀକ। ଆଜି ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ।

ଶୁଭାଂଶୁଙ୍କ ଏହି ମହାକାଶ ଯାତ୍ରା ଭାରତ ପାଇଁ ଐତିହାସିକ। ସେ Axiom-4 ମିଶନ ଅଧୀନରେ ISSରେ ପହଞ୍ଚିଥିଲେ।

କହି ରଖୁଛୁ ଯେ,ସେ ସେଠାରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣରେ ଅଂଶଗ୍ରହଣ କରିଥିଲେ। ତାଙ୍କର ସଫଳତା କେବଳ ଭାରତୀୟ ବାୟୁସେନାକୁ ନୁହେଁ ବରଂ ସମଗ୍ର ଦେଶକୁ ଗର୍ବିତ କରିଛି। ଏହି ମିଶନ ଭାରତର ମହାକାଶ କାର୍ଯ୍ୟକ୍ରମର ଶକ୍ତିକୁ ଦର୍ଶାଏ ଏବଂ ଭବିଷ୍ୟତରେ ଏପରି ଆହୁରି ସଫଳତ ଆଶା କରେ।