fbpx

ମୌସୁମୀର ଗତିରେ ଲାଗିଲା ବ୍ରେକ୍, ଚାଷ କାର୍ଯ୍ୟ ବିଳମ୍ବରେ ବଢିପାରେ ଖାଦ୍ୟ ପଦାର୍ଥର ଦାମ

ନୂଆଦିଲ୍ଲୀ: ମୌସୁମୀ ଗତିରେ ଲାଗିଲା ବ୍ରେକ। ପ୍ରଭାବିତ ହୋଇପାରେ ଚାଷ କାମ। ଭାରତର ପାଣିପାଗ(ଆଇଏମଡି) ଅନୁଯାୟୀ, ମୌସୁମୀରେ ବିଳମ୍ବ କାରଣରୁ ଉତ୍ତର ଭାରତରେ ଧାନବୁଣା ପ୍ରଭାବିତ ହେବ। ମୌସୁମୀ ନିଜର ସ୍ଵାଭାବିକ ସ୍ଥିତିରୁ ଉତ୍ତର ଦିଗ ଅଭିମୁଖେ ଗତି କରୁଛି ଏବଂ ଅଗଷ୍ଟ ପ୍ରଥମ ସପ୍ତାହରେ ଗଙ୍ଗା ତଟବର୍ତ୍ତୀ ଅଞ୍ଚଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କହିଛି।

ମୌସୁମୀର ଗତି ମନ୍ଥର ହେବା ଏବଂ ଧାନ ବୁଣା ପ୍ରଭାବିତ ହେବାର ପ୍ରଭାବ ଖାଦ୍ୟ ପଦାର୍ଥର ଦାମ ଉପରେ ପ୍ରଭାବ ପଡିପାରେ। ମୌସୁମୀ ଯେବେ ନିଜ ସ୍ଵାଭାବିକ ସ୍ଥିତିରୁ ଦକ୍ଷିଣରେ ରହିଥାଏ ତେବେ ସ୍ଥଳଭାଗରେ ବର୍ଷା ହୋଇଥାଏ। ଯେବେ ଏହା ନିଜର ସ୍ଵାଭାବିକ ସ୍ଥାନ ଉତ୍ତର ଦିଗକୁ ହୋଇଯାଏ ତେବେ ହିମାଳୟର ପାଦ ଦେଶ ବର୍ଷା ହୋଇଥାଏ।

ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆଗାମୀ ଗୋଟିଏ ସପ୍ତାହରେ ପୂରା ଦେଶରେ ମୌସୁମୀର ଗତି ମନ୍ଥର ପଡିପାରେ। ବର୍ତ୍ତମାନ ଧାନବୁଣା ଏବଂ ଚାଷ କାମର ସମୟ। ମୌସୁମୀର ଗତି ଧିମା ପଡିବାର ପ୍ରଭାବ ଚାଷ କାର‌୍ୟ୍ୟ ଉପରେ ପଡିବ। ଏପରିକି ଖାଦ୍ୟ ପଦାର୍ଥର ଦରଦାମ ବଢିପାରେ। ସ୍କାଇମେଟର ପାଣିପାଗ ବିଶେଷଜ୍ଞ ମନହେଶ ପଲାଓ୍ଵତ କହିଛନ୍ତି, କମ ବର୍ଷା ଚଳିତ ବର୍ଷର ଧାନ ଚାଷକୁ ବହୁତ କ୍ଷତି ପହଞ୍ଚାଇଛି। ମୌସୁମୀର ଅନିୟମିତତାର ପ୍ରଭାବ ଅନ୍ୟ ଫସଲ ଉପରେ ମଧ୍ୟ ପଡିଛି। ଅଗଷ୍ଟ ମଧ୍ୟଭାଗ ବେଳକୁ ଭାରତର ଅଧିକାଂଶ ସ୍ଥାନରେ ଫସଲ ବୁଣାକାମ ହୋଇ ପାରିବ ନାହିଁ। ଏଥିରେ କୃଷକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଆଇଏମଡି ଅନୁଯାୟୀ, ଭାରତରେ ଏ ପର‌୍ୟ୍ୟନ୍ତ ମୌସୁମୀ ବର୍ଷା ସ୍ଵାଭାବିକଠୁ ନଅ ପ୍ରତିଶତ ଅଧିକ ରହିଛି। ହେଲେ ପୂର୍ବ ଭାରତ ଏବଂ ଉତ୍ତର ଭାରତରେ ଏହା ୧୬ ପ୍ରତିଶତ କମ ରହିଛି। କିନ୍ତୁ ଉତ୍ତର ପଶ୍ଚିମ ଭାରତରେ ୪ ପ୍ରତିଶତ ଅଧିକ, ମଧ୍ୟ ଭାରତରେ ୨୧ ପ୍ରତିଶତ ଅଧିକ ଏବଂ ଦକ୍ଷିଣ ଭାରତରେ ମୌସୁମୀ ବର୍ଷାର ପରିମାଣ ୨୮ ପ୍ରତିଶତ ଅଧିକ ରହିଛି। ଜୁଲାଇ ମାସରେ ମଧ୍ୟ ପୂର୍ବ ଏବଂ ଉତ୍ତର ଭାରତକୁ ବାଦ୍ ଦେଲେ ବାକି ସ୍ଥାନରେ ମୌସୁମୀ ବର୍ଷା ସ୍ଵାଭାବିକଠୁ ଅଧିକ ରହିଛି।

Get real time updates directly on you device, subscribe now.