fbpx

ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ

Advertisement

ପୁରୀ,୨୮ ।୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହୋଇଛି । ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ନୀତି ୫ ଘଣ୍ଟା ବିଳମ୍ବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ମହାପ୍ରଭୁଙ୍କ ସୁନାବେଶ ହୋଇନାହିଁ । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି । ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିରେ ବିଳମ୍ବ ହୋଇଥିବା ସୂଚନା ମିଳିଛି । ଏଯାଏଁ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ହୋଇପାରି ନାହିଁ । ଶ୍ରୀମନ୍ଦିରରେ ସ୍ଥିତି ସମୀକ୍ଷା କରୁଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

Get real time updates directly on you device, subscribe now.