fbpx

AIIMS ଡାକ୍ତର ସହକର୍ମୀଙ୍କ ଉପରେ ଲଗାଇଲେ ଦୁଷ୍କର୍ମର ଅଭିଯୋଗ, ପୁଣି କରାଇଛନ୍ତି ଗର୍ଭପାତ

Advertisement

ନୂଆଦିଲ୍ଲୀ: ଦିଲ୍ଲୀ ଏଆଇଏମ୍ଏସ୍ ଡାକ୍ତର ତାଙ୍କ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଡାକ୍ତର ମଧ୍ୟ ତାଙ୍କୁ ଗର୍ଭପାତ କରାଇଛନ୍ତି। ଯେତେବେଳେ ପୀଡିତା ଏହାକୁ ବିରୋଧ କରିଥିଲେ, ତାଙ୍କୁ ମୃତ୍ୟୁ ଧମକ ଦିଆଯାଇଥିଲା।

ହାଉଜ ଖାସ୍ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ହରିଦ୍ୱାରର ଏକ ମନ୍ଦିରରେ ପୀଡିତାଙ୍କୁ ବିବାହ କରିବାର ଛଳନା କରିଥିଲେ। ପୋଲିସ ଘଟଣାର ତଦନ୍ତ ଚଳାଇଛି। ହସ୍ପିଟାଲରେ କାମ କରୁଥିବା ସମୟରେ ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପୁରୁଷ ଡାକ୍ତର ଜଣକ ମହିଳା ଡାକ୍ତରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ମହିଳା ଡାକ୍ତର ଜଣକ ଗର୍ଭବତୀ ହୋଇଥିଲେ ହେଲେ ପୁରୁଷ ଡାକ୍ତର ତାଙ୍କର ଗର୍ଭପାତ କରାଇଥିଲେ। ଏନେଇ ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.