ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍(IPL)ର ମେଗା ଅକ୍ସନ୍ ପୂର୍ବରୁ ଖେଳାଳିଙ୍କ ରିଟେନସନ୍ ତାଲିକା ସାମ୍ନାକୁ ଆସିବା ନେଇ ଉତ୍ସୁକ୍ତା ଦେଖୋଦେଇଛି । ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ଼ ଫ୍ରାଞ୍ଚାଇଜକମାନଙ୍କୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦେଇଛି । ଏଥିମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।
ନିକଟରେ ଏକ ସାକ୍ଷାତକାରରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ପାଇଁ ଖେଳାଳି ରିଟେନସନକୁ ନେଇ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ହରଭଜନ ସିଂହଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ରିଟେନସନ୍ ତାଲିକାରେ ପ୍ରଥମେ ଋଷଭ ପନ୍ତଙ୍କ ନାଁ ରହିବା ଉଚିତ । ଆଜି ଯଦି ମୁଁ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାନେଜମେଣ୍ଟ ଟିମରେ ଥାନ୍ତି ତେବେ ଋଷଭ ପନ୍ତଙ୍କ ନାଁ ଶୀର୍ଷରେ ରଖିଥାନ୍ତି । ଦ୍ୱିତୀୟ ନମ୍ବରରେ ଅଲରାଉଣ୍ଡର ତଥା ଅନେକ ଫର୍ମାଟରେ ଶାନଦାର ପ୍ରଦର୍ଶନ କରୁଥିବା ଅକ୍ଷର ପଟେଲ ରହିବେ । ତୃତୀୟ ଟ୍ରିଷ୍ଟନ୍ ସ୍ଟବ୍ସ । ଚତୁର୍ଥ ଜ୍ୟାକ୍ ଫ୍ରେଜର ମ୍ୟାକଗର୍ଗ ଏବଂ ପଞ୍ଚମରେ ମିଚେଲ ମାର୍ଶଙ୍କ ନାମ ରିଟେନସନ୍ ତାଲିକାରେ ପ୍ରକାଶ କରିବାନେଇ କହିଛନ୍ତି ।
କହିରଖୁଛୁ ଋଷଭ ପନ୍ତ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ବେଶ ଲୋକପ୍ରିୟ । ଆଇପିଏଲ୍ ୨୦୧୪ରେ ସେ ୧୩ଟି ମ୍ୟାଚ୍ ଖେଳିଥିଲେ । ଏହି ସମୟରେ ସେ ୪୪୬ ରନ୍ ସଂଗ୍ରହ କରିଥିଲେ । ୨୦୨୩ରେ ଆକ୍ସିଡେଣ୍ଟ ଯୋଗୁଁ ଖେଳିପାରିନଥିଲେ କିନ୍ତୁ ଏହା ପରେ ସେ ନୂତନ ଅବତାରରେ କମବ୍ୟାକ୍ କରିଥିଲେ । ସେ ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳିଥିବା ବେଳେ ମୋଟ୍ ୩୨୮୪ ରନ୍ ସଂଗ୍ରହ କରିଛନ୍ତି ।