fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା ଇଡି 

ନୁଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଗିରଫ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଇଡି ତାଙ୍କୁ ୯ଥର ସମନ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ। କିନ୍ତୁ ଶେଷରେ ଆଜି ଇଡିର ୮ ଜଣିଆ ଟିମ ତାଙ୍କ ଘରେ ପହଞ୍ଚିଥିଲେ। ତେବେ ପ୍ରାୟ ୨ ଘଣ୍ଟାର ପଚରାଉଚରା ଓ ଛାନଭିନ୍ ପରେ ତାଙ୍କୁ ଇଡି ଗିରଫ କରିଥିବା ଖବର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଏହି ମାମଲାକୁ ନେଇ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସେ ହାଇକୋର୍ଟରୁ ନିରାଶ ହେବା କ୍ଷଣି ଇଡିର ୮ ଜଣିଆ ଟିମ ତାଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚି ଯାଇଥିଲେ। ତେବେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ଧାରା ୫୦ ଅନୁଯାୟୀ କେଜ୍ରିୱାଲଙ୍କ ବୟାନ ରେକର୍ଡ ହୋଇଥିଲା। ଏହି ସମୟରେ କେଜ୍ରିୱାଲ ଓ ତାଙ୍କ ପରିବାର ଲୋକଙ୍କ ଫୋନକୁ ଇଡି ଜବତ କରି ନେଇଥିଲା। ସେପଟେ ଇଡିର ଏହି ଛାନଭିନ୍ ସମୟରେ କେଜ୍ରିୱାଲଙ୍କ ଘରେ ବାହାରେ ତାଙ୍କ ସମର୍ଥକ ଇଡି ବିରୋଧରେ ପ୍ରତିବାଦ ଓ ଭିକ୍ଷୋବ ପଦର୍ଶନ କରିଥିଲେ। ଯାହାକୁ ନେଇ କେଜ୍ରିୱାଲଙ୍କ ଘର ଆଗରେ ବ୍ୟାପକ ସୁରକ୍ଷା କର୍ମୀ ମୃତୟନ କରାଯାଇଥିଲା। ତେବେ ପ୍ରାୟ ୨ ଘଣ୍ଟାର ପଚରାଉଚରା ଓ ଛାନଭିନ୍ ପରେ ତାଙ୍କୁ ଇଡି ଗିରଫ କରିନେଇଛି।

Get real time updates directly on you device, subscribe now.