fbpx

ଜେଲରୁ ବାହାରିବା ପରେ ବି ଏହି କାମ କରିପାରିବେନି ଅରବିନ୍ଦ କେଜ୍ରିୱାଲ, ଜାଣନ୍ତୁ କୋର୍ଟଙ୍କ ସର୍ତ୍ତ

ନୂଆଦିଲ୍ଲୀ:ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ସହ ଜଡିତ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଉଜ୍ୱଳ ଭୂଇଁୟାଙ୍କ ପୀଠ କେଜ୍ରିୱାଲଙ୍କୁ ଜାମିନ ଦେଇଛନ୍ତି। ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ୧୦ ଲକ୍ଷ ଟଙ୍କାର ବଣ୍ଡ ଏବଂ ଦୁଇଟି ଜାମିନ ରାଶି ଉପରେ ଜାମିନ ଦେଇ ତାଙ୍କ ଉପରେ କିଛି ସର୍ତ୍ତ ମଧ୍ୟ ଲାଗୁ କରାଯାଇଛି। ଆସନ୍ତୁ ଜାଣିବା କୋର୍ଟ କଣ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରବର୍ତନ ନିର୍ଦ୍ଦେଶାଳୟ ଅର୍ଥାତ ଇଡିର କେସରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଲାଗିଥିବା ସର୍ତ୍ତ ଏହି ମାମଲାରେ ମଧ୍ୟ ଲାଗୁ ରହିବ। କୋର୍ଟ କହିଛନ୍ତି ଯେ, କେଜ୍ରିୱାଲ ଏହି ମାମଲା ଉପରେ ସାର୍ବଜନୀନ ଟିପ୍ପଣୀ କରିବେ ନାହିଁ ଏବଂ ଟ୍ରାଏଲ କୋର୍ଟ ସହ ସହଯୋଗ କରିବେ। ଜାମିନର ସର୍ତ୍ତ ଟ୍ରାଏଲ କୋର୍ଟ ଧାର୍ଯ୍ୟ କରିବେ।

ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପ୍ରବେଶ ଏବଂ ଫାଇଲଗୁଡିକରେ ହସ୍ତାକ୍ଷର କରିବା ଉପରେ ପ୍ରତିବନ୍ଧକ ଜାରି ରହିବ। ନିଷ୍ପତ୍ତିରେ ବିଚାରପତି ଭୂଇଁୟା ଏହି ସର୍ତ୍ତ ବିରୋଧରେ ଆପତ୍ତି ବ୍ୟକ୍ତ କରିଥିଲେ, ହେଲେ ଶେଷରେ ସେ ସର୍ତ୍ତରେ ସହମତି ପ୍ରକାଶ କରିଛନ୍ତି।

ଆପ ନେତା ମନୀଷ ସିସୋଦିଆ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ- ମିଥା ଏବଂ ଷଡଯନ୍ତ୍ର ବିରୋଧ ଲଢେଇରେ ଆଜି ପୁନଃ ସତ୍ୟର ବିଜୟ ହୋଇଛି। ପୁଣିଥରେ ନମସ୍କାର କରୁଛି ବାବା ସାହେବ ଆମ୍ବେଦକରଙ୍କ ବିଚାର ଏବଂ ଦୂରଦୃଷ୍ଟିକୁ, ଯିଏ ୭୫ ବର୍ଷ ପୂର୍ବରୁ ହିଁ ଜନସାଧାରଣଙ୍କୁ ଏକଛତ୍ରବାଦୀ ଶାସକଙ୍କ ବିରୋଧରେ ମଜବୁତ କରିଥିଲେ।

Get real time updates directly on you device, subscribe now.