Delhi Election Result: ରାହୁଲ-ସୋନିଆଙ୍କୁ ଟାର୍ଗେଟ କଲେ ପରେଶ, କହିଲେ ନା ବୋହୂ ମିଳିଛି…

ନୂଆଦିଲ୍ଲୀ: ଘୋଷଣା ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳଫଳ । 70ଟି ଆସନ ପାଇଁ ଭୋଟିଂ ହୋଇଥିଲା । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୮ଟି ଆସନ ପାଇଛି । ଏଥିସହିତ ଆମ୍ ଆଦମୀ ପାର୍ଟି ୨୨ଟି ଆସନରେ ସୀମିତ ରହିଛି । ଏଥି ସହିତ କ୍ରମାଗତ ତୃତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଶୂନ୍ୟ ଆସନ ପାଇଛି ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପର 10 ବର୍ଷର ରାଜୁତି ଶେଷ ହୋଇଛୁ । ପୁଣି ବାଜି ମାରିଛି ବିଜେପି । ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ​​ପରାଜୟ ପରେ ଫିଲ୍ମ ଅଭିନେତା ତଥା ପୂର୍ବତନ ସାଂସଦ ପରେଶ ରାୱଲ ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି । ନାଁ ନନେଇ ଏହି ଟାର୍ଗେଟ କରିଛନ୍ତି ।

ରାହୁଲ ଗାନ୍ଧୀଙ୍କ ଫଟୋ ରହିଥିବା ଏକ ପୋଷ୍ଟକୁ ସେୟାର କରି ଟାର୍ଗେଟ କରିଛନ୍ତି । ସେୟାର କରାଯାଇଥିବା ପୋଷ୍ଟରେ ଲେଖାଯାଇଥିଲା ଯେ, ରାହୁଲ ଗାନ୍ଧୀ ଆଉ କିଛି ଘଣ୍ଟା ମଧ୍ୟରେ ମାନବ ଇତିହାସରେ ଐତିହାସିକ ସଫଳତା ହାସଲ କରିବ । ତାହା ହେଉଛି ୧୦୦ତମ ବିଫଳତା। ଏହି ଐତିହାସିକ ଘଟଣାର ଅଂଶ ହୋଇଥିବାରୁ ଅଭିନନ୍ଦନ।

ଏହି ପୋଷ୍ଟକୁ ସେୟାର କରି ପରେଶ ଲେଖିଛନ୍ତି, ଜଣେ ମା’ର ଯନ୍ତ୍ରଣା ବୁଝ। ନା ବୋହୂ ମିଳୁଛି ନା ବହୁମତ ମିଳୁଛି ।