fbpx

ଜବତ ହୋଇଥିବା ଗାଡ଼ିକୁ ମୁକ୍ତ କରିବା ପାଇଁ ମିଳିବ ମାତ୍ର ୩ ସପ୍ତାହ, ସରକାର ଜାରି କଲେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ଟ୍ରାନ୍ସପୋର୍ଟ ବିଭାଗ ଦ୍ୱାରା ଆପଣଙ୍କର କୌଣସି ଯାନକୁ ଯଦି ଜବତ କରାଯାଇଛି ତେବେ ଆପଣ ସେହି ଯାନକୁ ପୁଣି ଥରେ ଫେରିପାଇବା ପାଇଁ ଆବଶ୍ୟକୀୟ କଥା ଉପରେ ଧ୍ୟାନ ଦିଅନ୍ତୁ । ଦିଲ୍ଲୀ ସରକାରଙ୍କ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଜବତ କରାଯାଇଥିବା ଗାଡିମାନଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିସାରିଛି । ନୂଆ ଗାଇଡଲାଇନ ମୁତାବକ ଜବତ କରାଯାଇଥିବା ଗାଡ଼ିର କାଗଜପତ୍ରକୁ ୩ ସପ୍ତାହ ମଧ୍ୟରେ ଜମା କରିବାକୁ କୁହାଯାଇଛି । ତେବେ ଗାଡ଼ି କାଗଜପତ୍ର ଜମା କରିବାର ଏକ ସପ୍ତାହ ମଧ୍ୟରେ ଏନଫୋର୍ସମେଣ୍ଟ ଏଜେନ୍ସି ନିଜ ନିଷ୍ପତ୍ତି ଶୁଣାଣି କରିବେ ।

ଜବତ କରାଯାଇଥିବା ଗାଡ଼ିକୁ ପୁଣି ଥରେ ଫେରିପାଇବା ପାଇଁ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଟାଇମଲାଇନ ଜାରି କରିଛନ୍ତି । ଏହି ଟାଇମଲାଇନ ମଧ୍ୟରେ ଗଡ଼ି ମାଲିକଙ୍କୁ ପ୍ରୋସେସ ପୂରଣ କରିବାକୁ ପଡିବ । ଗାଡ଼ି ଜବତ ହେବାର ୩ ସପ୍ତାହ ମଧ୍ୟରେ ଗାଡ଼ି ମାଲିକମାନେ ଡକ୍ୟୁମେଣ୍ଟସ ଜମା କରିବାକୁ ହେବ, ଯାହାର ଗୋଟିଏ ସପ୍ତାହ ମଧ୍ୟରେ ଏହି ମାମଲାରେ ସେ ନିଜ ନିଷ୍ପତ୍ତି ଶୁଣାଣି କରିବେ ।

ଯଦି ଗାଡ଼ି ମାଲିକମାନେ ଜବତ ହୋଇଥିବା ଗାଡ଼ିର କାଗଜପତ୍ର ଜମା କରୁନାହାନ୍ତି ତେବେ ତାକୁ ସ୍କ୍ରାପ ହେବା ପାଇଁ ପଠାଇଦିଆଯିବ । ଏହି ନିୟମ ସେହିମାନଙ୍କ ପାଇଁ ଯେଉଁମାନଙ୍କ ଗାଡ଼ିର ଭ୍ୟାଲିଡିଟି ଶେଷ ହୋଇଯାଇଛି । ଦିଲ୍ଲୀରେ ୧୦ ବର୍ଷ ପୂରଣ କରିସାରିଥିବା ଡିଜେଲ ଗାଡ଼ି ଏବଂ ୧୫ ବର୍ଷ ପୂରଣ କରିସାରିଥିବା ପେଟ୍ରୋଲ ଯାନର ଭ୍ୟାଲିଡିଟୀ ସରିଯିବା କଥା କୁହାଯାଏ ।

ଏହି ପ୍ରୋସେସ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି । ଏଥିରେ ଗାଡ଼ିର ମାଲିକ ଏନଫୋର୍ସେମେଣ୍ଟ ଏଜଏନ୍ସି ଏବଂ ଜବତ କରାଯାଇଥିବା ଗାଡ଼ି ସହ ଜଡ଼ିତ ସମସ୍ତ ଡିଟେଲ୍ସ ଏହି ପ୍ଲାଫର୍ଟରେ ଦେଖାଯାଇପାରିବ । ଏହି ଅନଲାଇନ ପ୍ଲାଟଫର୍ମର ସାହାଯ୍ୟରେ ସମସ୍ତ ପ୍ରୋସେସକୁ ଟ୍ରାକ କରିବା ସହଜ ହେବ । ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ମୁତାବକ ଚାରି ଚକିଆ ଗାଡ଼ିର ଜବତ ଉପରେ ଗାଡ଼ି ମାଲିକଙ୍କୁ ୧୦ ହଜାର ଜରିମାନା ଦେବାକୁ ପଡିବ ଏବଂ ସେହିପରି ଦୁଇ ଚକିଆ ଯାନ ପାଇଁ ୫ ହଜାର ଟଙ୍କା ଦେବାକୁ ପଡିବ ।

Get real time updates directly on you device, subscribe now.