fbpx

୯୧୪୪ଟି ଟେକ୍ନିସିଆନ୍ ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ: ରେଳ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ସମ୍ପୂର୍ଣ୍ଣ ବିଜ୍ଞପ୍ତି

ନୂଆଦିଲ୍ଲୀ: ଟେକ୍ନିସିଆନ୍ ପଦ ପୂରଣ ପାଇଁ ନିକଟରେ ରେଳ ବିଭାଗ ପକ୍ଷରୁ ଶର୍ଟ ନୋଟିସ୍ ଜାରି କରାଯାଇଥିବା ଏହା ମଧ୍ୟରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ମାର୍ଚ୍ଚ ୯ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହା ଏପ୍ରିଲ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ମାସ ୯ ତାରିଖରୁ ୧୮ ତାରିଖ ମଧ୍ୟ ପ୍ରାର୍ଥୀମାନେ ଆପ୍ଲିକେସନକୁ ସଂଶୋଧନ କରିପାରିବେ । ଦେଶର ବିଭିନ୍ନ ରେଲୱେ ଭର୍ତ୍ତି ବୋର୍ଡ (ଆରଆରବି) ମାନଙ୍କରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ମୋଟ ୯୧୪୪ଟି ଟେକ୍ନିସିଆନ୍ ପଦ ଖାଲି ରହିଥିବା ବେଳେ ଅକ୍ଟୋବର-ଡିସେମ୍ବର ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆୟୋଜିତ ହେବାର ସମ୍ଭାବନା ରହିଛି । ଏହାପରେ ଆସନ୍ତା ବର୍ଷ ଫେବୃଆରୀରେ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବ । ଅନୁସୂଚିତ ଜାତି (ଏସସି), ଅନୁସୂଜିତ ଜନଜାତି (ଏସଟି), ଏକ୍ସ-ସର୍ଭିମ୍ୟାନ, ମହିଳା, ଟ୍ରାନ୍ସଜେଣ୍ଡର, ସଂଖ୍ୟାଲଘୁ, ଆର୍ଥିକ ପଛୁଆ ଶ୍ରେଣୀ (ଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କାର ଆବେଦନ ଫିସ୍ ରହିଥିବା ବେଳେ ଅନ୍ୟମାନଙ୍କ ପାଇଁ ୫୦୦ ଟଙ୍କା ରହିଛି । ପେମେଣ୍ଟ କ୍ରେଡିଟ / ଡେବିଟ କାର୍ଡ ଜରିଆରେ ଅନଲାଇନ୍ରେ ଗ୍ରହଣ କରାଯିବ ।

ଟେକ୍ନିସିଆନ ଗ୍ରେଡ-୩ ପାଇଁ ପାଇଁ ପ୍ରାର୍ଥୀ ମାଟ୍ରିକ, ଆଇଟିଆଇ ପାସ୍ କରିଥିବେ । ସେହିପରି ଟେକ୍ନିସିଆନ ଗ୍ରେଡ-୧ ସିଗନାଲ ପଦ ପାଇଁ ପ୍ରାର୍ଥୀ ଡିପ୍ଲୋମା ଇଞ୍ଜିନିୟରିଂ / ଡିଗ୍ରୀ ଇଞ୍ଜିନିୟରିଂ, ଫିଜିକ୍ସ / ଇଲେକ୍ଟ୍ରୋନିକ୍ସ / କମ୍ପ୍ୟୁଟର / ଆଟି / ଇନଷ୍ଟ୍ରୁମେଣ୍ଟସନରେ ବି.ଏସସି କରିଥିବେ । ଟେକ୍ନିସିଆନ୍ ଗ୍ରେଡ-୩ ପାଇଁ ୮୦୫୨ଟି ପଦ ଓ ଟେକ୍ନିସିଆନ ଗ୍ରେଡ-୧ ସିଗନାଲ ପଦ ପାଇଁ ୧୦୯୨ଟି ପଦ ଖାଲି ରହିଛି । ଚଳିତ ବର୍ଷ ଜୁଲାଇ ମାସ ପହିଲା ସୁଦ୍ଧା ଟେକ୍ନିସିଆନ ଗ୍ରେଡ-୩ ପାଇଁ ବୟସ ଯୋଗ୍ୟତା ୧୮-୩୩ ବର୍ଷ ରହିଥିବା ବେଳେ ଟେକ୍ନିସିଆନ ଗ୍ରେଡ-୧ ପାଇଁ ୧୮-୩୬ ବର୍ଷ ରହିଛି । ସମସ୍ତ ଆରଆରବି ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଆରଆରବି ଭୁବନେଶ୍ୱର ପାଇଁ ମୋଟ ୧୫୦ଟି ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://www.rrbapply.gov.in/#/auth/landing

ସମ୍ପୂର୍ଣ୍ଣ ନୋଟିଫିକେସନ ଲିଙ୍କ: https://rrbsecunderabad.gov.in/wp-content/uploads/2024/03/Detailed-CEN-02-2024-English.pdf

Get real time updates directly on you device, subscribe now.