fbpx

‘ଇରାଦା କର ଲିୟା ହେ…’: ଦିଲ୍ଲୀ ସରକାର ଲଞ୍ଚ କଲେ ନୂଆ ଶିକ୍ଷା ଗୀତ, ଥରେ ଦେଖନ୍ତୁ ଏହି ହୃଦୟସ୍ପର୍ଶୀ Video Song

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଏକ ନୂଆ ଶିକ୍ଷା ଗୀତ ଲଞ୍ଚ କରିଛନ୍ତି । ଗୀତଟି ହେଉଛି ‘ଇରାଦା କର ଲିୟା ହେ, ହମ ଇହ୍ନେ ପଢ଼ାଏଙ୍ଗେ’….’ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଡେପୁଟି ସିଏମ ମନୀଷ ସିସୋଦିଆ ଏହି ନୂଆ ଶିକ୍ଷା ଗୀତକୁ ଆଜି ଲଞ୍ଚ କରିଛନ୍ତି ।

ଏହି ଅବସରରେ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ତ୍ୟାଗରାଜ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଲାଇଭ୍ ଟେଲିକାଷ୍ଟ କରାଯାଇଥିଲା । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଆସନ୍ତୁ ଦେଶର ସମସ୍ତ ପିଲାଙ୍କୁ ଉତ୍ତମ ମାନର ଶିକ୍ଷା ପ୍ରଦାନ କରିବା । ଶିକ୍ଷା ମାଧ୍ୟମରେ ଦେଶକୁ ଆଗକୁ ଆଗେଇ ନେବା ।

ସେହିପରି ଡେପୁଟି ସିଏମ ସିସୋଦିଆ କହିଛନ୍ତି ଯେ, ପ୍ରତ୍ୟେକ ମଣିଷ ନିଜ କାଳର ମହତ୍ତ୍ୱପୂର୍ଣ୍ଣ ୨୦ ବର୍ଷ ଶିକ୍ଷାକୁ ଦେଇଥାଏ । ମାତ୍ର ଏହି ଦୀର୍ଘ ଅବଧିର ଶିକ୍ଷା ପ୍ରାପ୍ତ କରିବାରେ ପରେ ଆମେ କ’ଣ ଚାହୁଁ? ଆମର ଲକ୍ଷ୍ୟ କ’ଣ? ଶିଶୁମାନେ ମାତାପିତା, ସମାଜ ଓ ରାଷ୍ଟ୍ର ଶିକ୍ଷାରୁ କ’ଣ ହାସଲ କରିବାକୁ ଚାହିଁଥାନ୍ତି? ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଦିଲ୍ଲୀ ଶିକ୍ଷା ଗୀତ ରିଲିଜ୍ କରାଯାଇଛି ।

Get real time updates directly on you device, subscribe now.