ଯୌନ ସମ୍ମତିର ଅର୍ଥ ବ୍ୟକ୍ତିଗତ ମୁହୂର୍ତ୍ତର Video ତିଆରି କରିବା କିମ୍ବା ସେୟାର କରିବା ନୁହେଁ: ହାଇକୋର୍ଟଙ୍କ ରାୟ
ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଯୌନ ସମ୍ପର୍କ ପାଇଁ ସମ୍ମତି ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକର ଭିଡିଓ ତିଆରି ଏବଂ ସେଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଅନୁମତି ଦିଏ ନାହିଁ ।
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଯୌନ ସମ୍ପର୍କ ପାଇଁ ସମ୍ମତି ବ୍ୟକ୍ତିଗତ ମୁହୂର୍ତ୍ତଗୁଡ଼ିକର ଭିଡିଓ ତିଆରି ଏବଂ ସେଗୁଡ଼ିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଅନୁମତି ଦିଏ ନାହିଁ ।
ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି ସ୍ୱର୍ଣ୍ଣକାନ୍ତ ଶର୍ମା କହିଛନ୍ତି ଯେ, ସହମତି ବ୍ୟକ୍ତିଗତ ଫଟୋଗ୍ରାଫର ଅପବ୍ୟବହାର ଏବଂ ଶୋଷଣକୁ ଅନୁମତି ଦେବା ପର୍ଯ୍ୟନ୍ତ ବିସ୍ତାରିତ ନୁହେଁ ।
କୋର୍ଟ ଜାନୁଆରୀ ୧୭ ତାରିଖରେ ତାଙ୍କ ରାୟରେ କହିଥିଲେ ଯେ, “ଯଦିଓ ଅଭିଯୋଗକାରୀ ଯେକୌଣସି ସମୟରେ ଯୌନ ସମ୍ପର୍କ ପାଇଁ ସମ୍ମତି ଦେଇଥାନ୍ତି ନା କାହିଁକି ।’
କିନ୍ତୁ ଏପରି ସମ୍ମତିକୁ କୌଣସି ପ୍ରକାରେ ତାଙ୍କର ଏକ ଅନୁଚିତ ଭିଡିଓ ତିଆରି କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିବା ପାଇଁ ସମ୍ମତି ଭାବରେ ବ୍ୟାଖ୍ୟା କରାଯାଇପାରିବ ନାହିଁ ।
ଶାରୀରିକ ସମ୍ପର୍କରେ ରହିବା ପାଇଁ ସମ୍ମତି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମୁହୂର୍ତ୍ତର ଅପବ୍ୟବହାର କିମ୍ବା ଶୋଷଣ କିମ୍ବା ଅନୁପଯୁକ୍ତ ଏବଂ ଅପମାନଜନକ ଭାବରେ ସେମାନଙ୍କର ଚିତ୍ରଣ ପର୍ଯ୍ୟନ୍ତ ବିସ୍ତାରିତ ନୁହେଁ ।