fbpx

ଦିଲ୍ଲୀ ମେଟ୍ରୋର ବଡ଼ ଘୋଷଣା: ଦୁର୍ଘଟଣା ପାଇଁ ମିଳିବ ୧୫ ଲକ୍ଷର ସହାୟତା ରାଶି, ପିଲାଙ୍କର ବହନ କରିବ ସ୍କୁଲ ଖର୍ଚ୍ଚ

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ରେଳ ନିଗମ ମେଟ୍ରୋର କବାଟରେ ସାଢୀ ଫସିଯିବା କାରଣରୁ ଯେଉଁ ମହିଳାଙ୍କର ମୃତ୍ୟୁ ଘଟିଥିଲା ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତାକୁ ନେଇ ବଡ଼ ଘୋଷଣା କରିଛି । ବୁଧବାର ଦିନ ଡିଏମଆରସି ପ୍ରବନ୍ଧନ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିକୁ ନେଇ କୁହାଯାଇଛି ଯେ, ମେଟ୍ରୋରେ ମୃତ୍ୟୁ ଘଟିଥିବା ମହିଳା ଯାତ୍ରୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବା ନେଇ ନିଷ୍ପତ୍ତି ନିଆଯାଇଛି । ଗତ ସପ୍ତାହରେ ଇନ୍ଦ୍ରଲୋକ ମେଟ୍ରୋ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଥିଲା ।

ମେଟ୍ରୋ ରେଲୱେ ନିୟମ ୨୦୧୭ ଅନୁଯାୟୀ, ମୃତକଙ୍କ ପରିପବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ଏହା ବ୍ୟତୀତ ମୃତକଙ୍କ ପିଲାମାନଙ୍କ ସହାୟତା ରୂପେ ୧୦ ଲକ୍ଷ ଟଙ୍କା ଅତିରିକ୍ତ ରାଶି ମଧ୍ୟ ପ୍ରଦାନ କରାଯିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ମୃତକ ମହିଳାଙ୍କ ଦୁଇ ପିଲାଙ୍କ ପାଠ ପଢାର ମଧ୍ୟ ଦାୟିତ୍ୱ ନେବ । ବର୍ତ୍ତମାନ ପର୍ଯ୍ୟନ୍ତ ଡିଏମଆରସି ମେଟ୍ରୋ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରୁଥିଲା ହେଲେ ଏହି ଘଟଣା ପରେ ୧୦ ଲକ୍ଷ ଟଙ୍କା ବଢାଇଦିଆଯାଇଛି । ଏହି ଅତିରିକ୍ତ ସହାୟତା ମହିଳାଙ୍କ ମୃତ୍ୟୁକୁ ନେଇ ପିଡିତ ଥିବା ତାଙ୍କର ଦୁଇ ପିଲାଙ୍କୁ ଦିଆଯିବ ।

ଡିସେମ୍ବର ୧୪, ୨୦୨୩ ରେ, ନାଙ୍ଗଲୋଇର ଜଣେ ୩୫ ବର୍ଷୀୟା ମହିଳା ରେନା, ଦିଲ୍ଲୀ ମେଟ୍ରୋ ଇନ୍ଦ୍ରାଲୋକ ଷ୍ଟେସନରେ ଟ୍ରେନ୍ କବାଟରେ ଧକ୍କା ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଯେତେବେଳେ ପୁଅ ସହିତ ଟ୍ରେନରେ ଯାତ୍ରା କରୁଥିଲେ ଏହି ଘଟଣା ଘଟିଥିଲା। ତା’ପରେ ହଠାତ୍ ମହିଳାଙ୍କ ଶାଢ଼ୀ କିମ୍ବା ଜ୍ୟାକେଟ୍ ଟ୍ରେନର କବାଟରେ ଅଟକି ଯାଇଥିଲା ଏବଂ ସେ ମେଟ୍ରୋ ଟ୍ରେନ୍ ସହିତ ବହୁତ ଦୂର ପର୍ଯ୍ୟନ୍ତ ଟାଣି ହୋଇଗଲା। ମେଟ୍ରୋ ଟ୍ରେନ୍ ପାର ହେବା ପରେ ମହିଳା ଜଣକ ଟ୍ରାକରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ମହିଳାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ୧୬ ଡିସେମ୍ବର ୨୦୨୩ ରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣାର ଅନୁସନ୍ଧାନ ପାଇଁ ମେଟ୍ରୋ ଏକ ପୃଥକ କମିଟି ଗଠନ କରିଛି।

Get real time updates directly on you device, subscribe now.