fbpx

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ୨ ଆଫଗାନିସ୍ତାନ ନାଗରିକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଧଳା ଜହର ଜବତ

ନୂଆଦିଲ୍ଲୀ: ନିଶା କାରବାର ବିରୋଧରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ଼ ସଫଳତା । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୁଇ ଆଫଗାନିସ୍ତାନ ନାଗରିକଙ୍କ ଠାରୁ ୧୨୦୦ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ ଜବତ କରିଛି। ଆନ୍ତର୍ଜାତୀୟ ବଜାରରେ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ୧୨୦୦ କୋଟିରୁ ଅଧିକ ହେବ ବୋଲି ଦିଲ୍ଲୀ ପୋଲିସ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛି।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଆଜି ଦୁଇ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୧୨.୫ କିଲୋଗ୍ରାମ ମିଥାମଫେଟାମାଇନ୍ ଡ୍ରଗ୍ସ ଏବଂ ୧୦ କିଲୋଗ୍ରାମ ହିରୋଇନ୍ ଜବତ ହୋଇଛି।ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଏଚ୍.ଜିଏସ ଧାଲିବାଲ କହିଛନ୍ତି କି, ଉଭୟ ଆଫଗାନିସ୍ତାନ ନାଗରିକ ୨୦୧୬ ରୁ ଭାରତରେ ରହୁଥିଲେ।ତେବେ ଘଟଣାରେ ଅଧିକ ପଚରାଉଚରା ସମୟରେ ଏକ ଗୋଦାମରୁ ୬୦୬ଟି ବ୍ୟାଗ ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଭାରତ ଇତିହାସରେ ମିଥାମଫେଟାମାଇନ୍ ଡ୍ରଗ୍ସ ଜବତ ଘଟଣା ପ୍ରଥମ ।

Get real time updates directly on you device, subscribe now.